ଢେଙ୍କାନାଳ ;ତା-୧୩/୧୦(ବିଏମସି ଟିଭି ଓଡ଼ିଆ)
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୁଆବଗ ପଞ୍ଚାୟତର ବାହାଲୁଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଦୀର୍ଘ ବର୍ଷରୁ ଲାଗିରହିଛି । ଯାହାକି ସକାଳ ସମୟରେ ଯେକେହି ଆସିଲେ ସ୍ପଷ୍ଟ ଦେଖିପାରିବେ । କିଛି ବର୍ଷ ପୂର୍ବରୁ ଗ୍ରାମର ଶେଷଭାଗରେ ବୋର୍ ୱେଲ କରି ଗ୍ରାମବାସୀଙ୍କୁ ପାଣି ଯୋଗାଇବାର ପ୍ରୟାସ କରାଯାଇଛି। ମାତ୍ର ଏଠାରୁ ଯୋଗାଇ ଦିଆଯାଉଥିବା ପାଣି ସମୁଦ୍ରକୁ ଶଙ୍ଖେ ସଦୃଶ। କିଛିସମୟ ପାଣି ଯୋଗାଇବା ପରେ ଏହି ବୋର୍ ୱେଲ ଖାଲି ହୋଇଯାଉଛି। ଫଳରେ ଗ୍ରାମର କେବଳ ମୁଷ୍ଟିମେୟ ଲୋକ ଏହି ପାଣିଦ୍ୱାରା ପାଳି ଅନୁସାରେ ଉପକୃତ ହୁଅନ୍ତି। ଅନ୍ୟ ପ୍ରାୟ ସମସ୍ତ ଲୋକ ନଳକୂପ ଉପରେ ନିର୍ଭର କରିଥାନ୍ତି।ମାତ୍ର ନଳକୂପ ଖରାପ ହେଲେ ମରାମତି କରିବା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବା ସହିତ ନାହିଁ ନଥିବା ଜଳ ସଙ୍କଟ ଜନିତ ଅସୁବିଧା ଭୋଗୁଛନ୍ତି। ତେବେ ଗ୍ରାମର କିଛି ଉଦ୍ୟମୀ ଯୁବକ ମାନଙ୍କ ପ୍ରଚେଷ୍ଟାରେ ଚାନ୍ଦା ସଂଗ୍ରହ କରି ଏକ ଖୋଲ କୂଅ ଖନନ କରା ଯାଇଛି କିନ୍ତୁ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନଥିବା ଅବା ଅସଂପୂର୍ଣ୍ନ ହୋଇଥିବାରୁ ଜଳ ବ୍ୟବହାର ଅନୁପଯୋଗୀ ଯଦିଓ ଏହି କୂଅ କାର୍ଯ୍ୟକ୍ଷମ ହେଲେ ପାଣି ସମସ୍ୟା ର ସମାଧାନ ହୋଇପାରନ୍ତା କିନ୍ତୁ ପରିତାପର ବିଷୟ ଏଥିପ୍ରତି କେହି ନଜର ଦେଉନାହାନ୍ତି।ଯାହା ଫଳରେ ଲୋକମାନେ ନାହିଁ ନଥିବା ଜଳ ସଙ୍କଟ ସମସ୍ୟା ଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ ଯେ ବାହାଲୁଣ୍ଡା ଗ୍ରାମ ତୋଟା ସାହିରେ ପ୍ରାୟ ୧୨୦ ପରିବାର ରହିଛନ୍ତି।ଏ ସାହିରେ ଦୁଇଟି ନଳକୂପ ରହିଛି ରାସ୍ତା ପାଖରେ ଥିବା ନଳକୂପର ଲୌହ ମିଶ୍ରିତ ଜଳ ପାନୀୟ ଅନୁପଯୁକ୍ତ ହୋଇଥିଲା ବେଳେ ଆଉ ଗୋଟିଏ ନଳକୂପ କେନାଲ ପାର୍ଶ୍ୱରେ ଗୌରଙ୍ଗ ପଟ୍ଟନାୟକଙ୍କ ଘର ପାଖରେ ରହିଛି। ଯାହାକି ଦୀର୍ଘ ଏକ ସପ୍ତାହରୁ ଅଧିକ ଦିନ ହେଲାଣି ଅଚଳ ହୋଇ ପଡ଼ିଛି। ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହା ଠିକ ହୋଇ ପାରୁନାହିଁ ବୋଲି ଯାହା ସାହି ବାସୀନ୍ଦା ମତ ଦିଅନ୍ତି। ଜନସେବା କରିବାକୁ ଆସିଥିବା ନେତା ନିଜ ସେବାରେ ବ୍ୟସ୍ତ ରହି ଲୋକଙ୍କ ଅସୁବିଧା ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି। ତେବେ ଏଥି ନେଇ ଏହାର କାରଣ ସମ୍ପର୍କରେ ଜାଣିବାକୁ ଗଣ ମାଧ୍ୟମ ପ୍ରତିନିଧି ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇଥିଲେ ମଧ୍ୟ ଦିନ ବାରଟା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପଡିଥିବାରୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏପରିକି ପିଅନ ଙ୍କର ବି ଦେଖା ମିଳି ନଥିଲା।
ବେଳକୁ ବେଳ ବାହାଲୁଣ୍ଡା ବାସୀ ଜଳ ସଙ୍କଟ ସହିତ ଯୁଝୁ ଥିବା ବେଳେ ଜନ ସାଧାରଣ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ତେବେ ଜନ ସାଧାରଣଙ୍କର ସ୍ବାର୍ଥ କୁ ପ୍ରାଧାନ୍ୟ ଦେଇ ଯଥାଶୀଘ୍ର ପ୍ରଶାସନିକ ଅଧକାରୀ ମାନେ ଏଥିପ୍ରତି ଯତ୍ନବାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସାହି ବାସିନ୍ଦା ପ୍ରକାଶ କରିଛନ୍ତି ।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


