ଯାଜପୁର ;ତା-୨୫/୧୦(ବିଏମସି ଟିଭି ଓଡ଼ିଆ)
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବଛୋଲ ଗ୍ରାମପଞ୍ଚାୟତ ଓ ଫତେପୁର ଗ୍ରାମପଞ୍ଚାୟତ ମଧ୍ୟସ୍ଥ ମଲିଆ ଯଜ୍ଞ ପଡ଼ିଆରେ ପୁରୁଣା ପରମ୍ପରା କୁମାର ପୂର୍ଣ୍ଣିମା ପାଳନ ଅବସରରେ ମୁଖ୍ୟ ଉଦ୍ୟକ୍ତା ପଦ୍ମମାକର ଗୁରୁ ଓ ସହଗୋଗୀମା ନଙ୍କ ଉଦ୍ୟମରେ ପାଖ ଅଞ୍ଚଳର ଗ୍ରାମବାସୀ ,କୁମାରୀ ,କବି ଗାଳ୍ପିକ ନାଟ୍ୟକାର କଳାକାର କୁ ନେଇ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା । ଏହି କାର୍ଯ୍ୟକ୍ରମରେ କୁମାରୀ ମାନଙ୍କର ଗୁଣବତ୍ତା ପରୀକ୍ଷା ନିମନ୍ତେ ,ଗୀତ ,ବକ୍ତୃତା ଅଭିନୟ ,ପୁଞ୍ଚି ଭଳି ପୁରୁଣା ପ୍ରତିଯୋଗିତା ହେଉଥିବାର ନିଦର୍ଶନ ଅଛି । ଆମ୍ଭେ ସେଠାକାର ଅତିଥି ମାନଙ୍କର ପ୍ରତିକ୍ରିୟା ରୁ ଜାଣି ବାକୁ ପାଇଲୁ ।ପୂର୍ବରୁ ଖରସ୍ରୋତା ପୁସ୍ତକ ମେଳା କମିଟି , ରଜମୋହତ୍ସବ କମିଟି ବର୍ତ୍ତମାନ ଖରସ୍ରୋତା କୁମାର ପୂର୍ଣ୍ଣିମା ଉତ୍ସବ କମିଟି ଉପସ୍ଥାପନ ହୋଇଛି । ଆଗାମୀଦିନରେ ପୁରୁଣା ପରମ୍ପରାକୁ ମନେ ପକାଇବାକୁ ଅନ୍ୟ କାର୍ଯ୍ୟକ୍ରମ ହୋଇପାରେ ।
ଶେଷରେ ସଭାନେତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
ଯାଜପୁର ଜିଲ୍ଲା ବିଂଝାରପୁର ରୁ ସୌମ୍ୟ ରଞ୍ଜନ ଓଝା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


