ଅତାବିରା ; ତା-୦୧/୧୨ (ବିଏମ୍ ସି ଟିଭି ଓଡ଼ିଆ)
ବରଗଡ଼ ଜିଲ୍ଲା ଅତାବିରା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଆଞ୍ଚଳିକ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୁଆଁଖାଇ ପାଳନ ପଛର ମହାନାୟକ ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ଡିସେମ୍ବର ୩ ତାରିଖ ରବିବାର ଅପରାହ୍ନ ୩ ଘଣ୍ଟା ସମୟରେ ଲାଦେରପାଲି ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ ବୋଲି ମୂଖ୍ୟ ଉଦ୍ୟୋକ୍ତା ଦିବାକର ପ୍ରଧାନ, ସୁରେନ୍ଦ୍ର ସ୍ବାଇଁ,ଦଖିଲ ପ୍ରଧାନ,ଆବାହକ ପ୍ରକୃତୀବନ୍ଧୁ ସୁବାଷ ପ୍ରଧାନ, ସଭାପତି ଦଶରଥ ଭୋଇ, ସମ୍ପାଦକ ସୁରେନ୍ଦ୍ର କଠାର, ଶିକ୍ଷାବିତ୍ କୈଳାସ ମହାରଣା , ଅଧ୍ୟାପକ ଅଜିତ କୁମାର ନାଥ,ବରିଷ୍ଠ ସଦସ୍ୟ ଧର୍ମରାଜ ପ୍ରଧାନ, ସରୋଜ ରଥ, ଅମୃତ କୁମାର ବାରିକ,ଋଷଭ ବିଶି,ମନୋଜ ଭୋଇ, କେତନ ରଣା, ଦୁର୍ଲ୍ଲଭ ଗଡ଼ତିଆ, କିଶୋର ଚନ୍ଦ୍ର ପାତ୍ର, ମୁନସୀ ଗଡତିଆ ପ୍ରମୁଖ ସୁଚନା ପ୍ରଦାନ କରିଛନ୍ତି।
ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।
ଅତାବିରାରେ ଗୁରୁ ଭଗବାନ ସାହୁଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ଡିସେମ୍ବର ୩ ବୁଧବାର ଦିନ ଅନୁଷ୍ଠିତ ହେବ।


