ଭୁବନେଶ୍ୱର , ତା ୧୦/୧୨ ( ବିଏମସି ଟିଭି ଓଡ଼ିଆ)
ଭାଷା ଓ ସଂସ୍କୃତି ସମାଜ ରେ ବାର୍ଷିକ ସାହିତ୍ୟ ସମାରୋହ ଓ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ରେ ପ୍ରଫେସର ଅଜୟ ବେହେରା ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗଦାନ କରିଥିଲେ ।ମୁଖ୍ୟବକ୍ତା ପ୍ରାଧ୍ୟାପକ ଡାକ୍ତର ବାବାଜୀ ଚରଣ ପଟ୍ଟନାୟକ ଏବଂ ବରେଣ୍ୟ ଅତିଥି ରଘୁନାଥ ମିଶ୍ର ସଭା ମଣ୍ଡନ କରିଥିଲେ ।ସମ୍ପାଦିକା ସୌଦାମିନୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାଶେଷ ରେ ଡାକ୍ତର ଜୟଶ୍ରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବ ରେ ସାହିତ୍ୟ କୃତି ପାଇଁ ଜୟ କୃଷ୍ଣ ସାମଲଙ୍କୁ ସାହିତ୍ୟ ସମ୍ମାନ ପ୍ରଦାନ କରା ଗଲା,ନିରୁପମା ରାୟଙ୍କୁ କବିତା ସମ୍ମାନ ବିଦ୍ୟାଧର ଗୁରୁଙ୍କୁ କାହାଣୀ ସମ୍ମାନ ଏବଂ ବେବିଲତା ପାତ୍ରଙ୍କୁ ନବ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଗଲା।ଏହି ଉତ୍ସବ ରେ ଚମକ ଚାନ୍ଦିନୀ ଦାଶ,ଗୋଲକ ନାୟକ,ଜୟଶ୍ରୀ ପଟ୍ଟନାୟକଙ୍କ ସଂଯୋଜନା ରେ ସ୍ଵରଚିତ କବିତା ଆବୃତ୍ତି କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ସ୍ବପ୍ନ କୁମାର ସାହୁ ସଂଚାଳନା କରିଥିଲେ।ଭାଷା ଓ ସଂସ୍କୃତି ସମାଜ ର ବାର୍ଷିକ ଉତ୍ସବ ।
ବିଏମସି ନ୍ୟୁଜ ଓଡିଶା


