ବରଗଡ଼;ତା-୧୪/୧୨(ବିଏମସି ଟିଭି ଓଡ଼ିଆ)
ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ଅନ୍ତର୍ଗତ ଲାଦେରପାଲି ଶ୍ରୀ ଶ୍ରୀ ରଣେଶ୍ୱର ମାଁ ରାମଚଣ୍ଡୀଙ୍କ ପୀଠରେ ଆଜି ସନ୍ଧ୍ୟା ୫ ଟା ସମୟରେ ସମ୍ବଲପୁରୀ ରାମଚଣ୍ଡୀ କେଲେଣ୍ଡର ଉନ୍ମୋଚିତ ହୋଇଯାଇଛି। ଅତାବିରା ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ସଂଗଠକ ଶ୍ରୀ ସୁବାଷ ପ୍ରଧାନ ଙ୍କ ଦ୍ଵାରା ଦୀର୍ଘ ୬ ବର୍ଷ ରୁ ପ୍ରକାଶିତ ହୋଇଆସୁଥିବା ଶ୍ରୀ ଶ୍ରୀ ମାଁ ରଣେଶ୍ୱର ରାମଚଣ୍ଡୀ କେଲେଣ୍ଡର ର ଷଷ୍ଠ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି। ଦେବୀ ମାଁ ରାମଚଣ୍ଡୀଙ୍କୁ ପ୍ରଥମେ ଅର୍ପଣ କରିବା ପରେ ଏହି କେଲେଣ୍ଡର ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ରାମଚଣ୍ଡୀ ମନ୍ଦିର ର ବିଶିଷ୍ଟ ସମାଜସେବୀ ତଥା ସଂଗଠକ ଶ୍ରୀ ଦିବାକର ପ୍ରଧାନ, ରାମଚଣ୍ଡୀ ମନ୍ଦିର ସଭାପତି ସୁରେନ୍ଦ୍ର ସ୍ବାଇଁ,ରାମଚଣ୍ଡୀ ମନ୍ଦିର ପୂଜକ ଡମ୍ବରୁଧର ପଧାନ,ସୁଦୟ ଭୋଇ,ସମାଜସେବୀ ତଥା ସଂଗଠକ ଶ୍ରୀ ସୁବାଷ ପ୍ରଧାନ,ସପ୍ତଶିନ୍ଧୁ ପ୍ରଧାନ ,ଦଶରଥ ଭୋଇ, ଦୁର୍ଲ୍ଲଭ ଗଡତିଆ, ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିବର୍ଷ ସ୍ୱ ଖର୍ଚ୍ଚରେ ଏହି କେଲେଣ୍ଡର କୁ ପ୍ରକାଶିତ କରିଆସୁଥିବା ଶ୍ରୀ ସୁବାଷ ପ୍ରଧାନ କହନ୍ତି ମାଁ ରାମଚଣ୍ଡୀ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଚାର ପ୍ରସାର ପାଇଁ ଏହି କାମ ବେଶ ଉତ୍ସାହ ସହକାରେ କରିଆସୁଅଛି।
ଜାନୁଆରୀ ଇଂରାଜୀ ନବବର୍ଷ ଠୁ ଆରମ୍ଭ କରି ଡିସେମ୍ବର ବର୍ଷ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପର୍ବପର୍ବାଣି ,ଜାନିଯାତରା, ତିଥି,ବାର,ଦିବସ ଏଥିରେ ସମ୍ବଲପୁରୀ (କୋସଲି) ଭାଷାରେ ଖୁବ୍ ଚିତ୍ତାକର୍ଷକ ଭାବେ ସ୍ଥାନ ପାଇଥାଏ। ଆମ ମାଁ ମାଟିର ଆଞ୍ଚଳିକ ଭାଷାରେ ପ୍ରକାଶିତ ହୋଇଆସୁଥିବା ଏହି କେଲେଣ୍ଡର କୁ ସମସ୍ତ ଜନସାଧାରଣଙ୍କ ସମେତ ଆମ କୁଲିତା ଜାତିଭାଇ ମାନେ ଖଣ୍ଡେ ଖଣ୍ଡେ କିଣି ରଖିଲେ ଆହୁରି ଭଲ ହୁଅନ୍ତା ବୋଲି ସେ କହନ୍ତି। ମାଁ ରାମଚଣ୍ଡୀ ଙ୍କ ଆଶିର୍ବାଦ ରୁ ଏସବୁ କାର୍ଯ୍ୟ ସମ୍ଭବପର ହୋଇପାରିଛି ବୋଲି ସେ କହିଥାନ୍ତି। ମାଁ ରାମଚଣ୍ଡୀ ଜଗତର କଳ୍ୟାଣ କରନ୍ତୁ।
ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


