ବଲାଙ୍ଗୀର ;ତା-୧୪/୧୨(ବିଏମସି ଟିଭି ଓଡ଼ିଆ)
ରାଷ୍ଟ୍ରୀୟ ଲୋକଅଦାଲତ ଦିନ ଟାଟା ପାୱାର ଅଧୀନରେ ଥିବା ଚାରୋଟି ବିଦ୍ୟୁତ ବିତରଣ ସଂସ୍ଥା ଯଥା – TPCODL, TPNODL, TPSODL, TPWODL ତରଫରୁ ସାରା ରାଜ୍ୟରେ ଟାଟା ପାୱାର ତରଫରୁ ଏହି ଲୋକଅଦାଲତ ୨୦୨୫ ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟୁତ ଚୋରିଜନିତ ମାମଲାର ଶୁଣାଣି କରି ଉପଭୋକ୍ତା ମାନଙ୍କୁ ଏକ ସ୍ୱତନ୍ତ୍ର ରିହାତି ମାଧ୍ୟମରେ ତାର ସମାଧାନ କରାଯାଇଥିଲା ।ଏଥିରେ ସମଗ୍ର ଓଡିଶାର ୭୨ ଟି ବିଦ୍ୟୁତ ଡିଭିଜନ ର ପ୍ରାୟ ୨୫୦୦୦ ରୁ ଉର୍ଦ୍ଧ ବିଦ୍ୟୁତ ଉପଭୋକ୍ତା ଙ୍କ ନିଜର ବିଦ୍ୟୁତ ଚୋରିଜନିତ ମାମଲାର ସମାଧାନ କରାଯାଇଥିଲା । ଏଥିମଧ୍ୟରୁ TPWODL ଅଧୀନରେ ଥିବା ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବିଦ୍ୟୁତ ଡିଭିଜନରେ ସର୍ବାଧିକ ଉପଭୋକ୍ତାମାନେ ନିଜର ବିଦ୍ୟୁତ ଚୋରି ଜନିତ ମାମଲାର ସମାଧାନ କରି ଥିଲେ । ଏହି ସଫଳତା ପାଇଁ ଟିଟିଲାଗଡ଼ ବିଦ୍ୟୁତ ଡିଭିଜନର ନିର୍ବାହୀଯନ୍ତ୍ରୀ ବିନାୟକ ରାଉତ ଡିଭିଜନର ସମସ୍ତ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


