ସମ୍ବଲପୁର/ବରପାଲି:ତା.୧୬/୧୨(ବିଏମସି ଟିଭି ଓଡିଆ)
ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ-ସ୍ୱଦେଶୀ ଅଭିଯାନ ଅନ୍ତର୍ଗତ ‘ସ୍ୱଦେଶୀ ସଂକଳ୍ପ ପତ୍ର ପାଠ’ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପ୍ରାଧ୍ୟାପକ ସୁଶୀଳ କୁମାର ଶତପଥୀ, ଅଧ୍ୟାପକ ଅଲେଖ ମହାନନ୍ଦ, ଅଧ୍ୟାପକ ଧୀରୋଜ କୁମାର ତ୍ରିପାଠୀ ଓ ଅଧ୍ୟାପକ ଉତ୍ତର କୁମାର ଗଡତିଆ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନଙ୍କୁ ସ୍ୱଦେଶୀ ବସ୍ତୁ ବ୍ୟବହାର ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ଏହାପରେ ମିଳିତ ଭାବରେ ସଂକଳ୍ପ ପାଠ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଡକ୍ଟର ବିଶ୍ଵନାଥ ସାହୁ । ଏଥିରେ ପ୍ରାଧ୍ୟାପକ ଅଶୋକ ଦାସ, ଅଧ୍ୟାପିକା ଡ. ନୀଲମ ଦେବତା, ଅଧ୍ୟାପକ ଅରୁଣ କୁମାର ବାରିକ, ଅଧ୍ୟାପକ ଗୌରଚନ୍ଦ୍ର ପଧାନ, ଭଗବାନ ମହାନନ୍ଦ, ଡ. ବାଳକୃଷ୍ଣ ପଟେଲ ପ୍ରମୁଖ ସହଯୋଗ କରିଥିଲେ । ଉକ୍ତ ସଭାରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରି ଭାରତବର୍ଷକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


