ବଲାଙ୍ଗୀର ;ତା-୧୫/୧୨(ବିଏମସି ଟିଭି ଓଡ଼ିଆ)
ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅମଳ ରୁ ଆଜିକୁ ୩୨ ବର୍ଷ ଧରି ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ବାରମ୍ବାର ଦାବି ହୋଇ ଆସୁଛି । ରାଜ୍ୟ ର ଅନ୍ୟ ଜିଲ୍ଲା ମଧ୍ୟରୁ ଆକାର ଓ ଆୟତନ ରେ ଟିଟିଲାଗଡ ବଡ ହୋଇ ଥିବା ବେଳେ ଜିଲ୍ଲା ମାନ୍ୟତା ରୁ ବାଦ ପଡ଼ିଛି । ଦୀର୍ଘ ବର୍ଷ ଧରି ଆନ୍ଦୋଳନ ସତ୍ତ୍ୱେ କୌଣସି ସୁଫଳ ମିଳିନାହିଁ । ଏ ନେଇ ଇତି ମଧ୍ୟରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ମାସାଧିକ କାଳ ହୋଇ ଯିବ ସରକାରୀ ପ୍ରକ୍ରିୟା କ୍ରମେ ଲିଖିତ ଦାବୀ ପତ୍ର ପ୍ରେରଣ ତଥା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପରିତାପ ର ବିଷୟ ସେ ନେଇ ସରକାରୀ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ ସମ୍ପୂର୍ଣ ନୀରବ ଦ୍ରଷ୍ଟା ସାଜିଥିବା କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସମ୍ପୂର୍ଣ ଯୋଗ୍ୟତା ସମ୍ପନ୍ନ ଏହି ଟିଟିଲାଗଡ କୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇ ଜିଲ୍ଲା ଘୋଷଣା କରା ଗଲେ ସ୍ଥାନୀୟ ଜନ ସାଧାରଣ ଉପକୃତ ହୋଇ ପାରିବେ । ଏ ଦିଗରେ ଯଥା ଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ ନ କରି ନୀରବଦ୍ରଷ୍ଟା ଥିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଆଗାମୀ ଦିନରେ ବାଧ୍ୟ ହୋଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନାତ୍ମକ ପନ୍ଥା ଅନୁସରଣ କରିବା କୁ ବାଧ୍ୟ ହେବେ ବୋଲି ପ୍ରକାଶ ପାଇଛି ।
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


