ସମ୍ବଲପୁର/ବରପାଲି:ତା.୨୦/୧୨(ବିଏମସିଟିଭି ଓଡିଆ)
ବରଗଡ଼ ଜିଲ୍ଲା ବରପାଲି ବ୍ଲକ କଟାପାଲି ପିଏମଶ୍ରୀ ବିଡିଏନ ଉଚ୍ଚ ବିଦ୍ୟାଳୟର କ୍ରୀଡା ଉତ୍ସବ ସମାପନ ହୋଇଯାଇଛି। ଉତ୍ସବରେ ୩୫୩ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ଏହି ଅବସରରେ ଆନ୍ତର୍ଜାତୀୟ ମାଷ୍ଟର କ୍ରୀଡ଼ାବିତ ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ କ୍ରୀଡାର ଆବଶ୍ୟକତା ଓ ସ୍ବାସ୍ଥ୍ୟରକ୍ଷା ବିଷୟରେ ସଚେତନ କରିଥିଲେ। ସମ୍ମାନିତ ଅତିଥି ଭାବରେ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ତଥା ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଟ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ଭୋଇ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ଧୀରେନ୍ଦ୍ର ବିଶ୍ୱାଳ ମଞ୍ଚ ସଂଚାଳନ କରିଥିଲେ। ବିଦ୍ୟାଳୟର ଖେଳ ଶିକ୍ଷକ ସୁଦାମ ପଧାନ ପ୍ରତିଯୋଗିତାର ସମସ୍ତ ଖେଳ ପରିଚାଳନା କରିଥିଲେ। ଅବ୍ୟୟ ବର୍ଗାଇ ଓ ସୋଭାଗ୍ୟ ରଞ୍ଜନ ବିଶ୍ୱାଳ ପରିଚାଳନାରେ ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ଗଣେଶ ଭୋଇ। ଏହି ପରିପ୍ରେକ୍ଷୀରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତିଯୋଗିତାରେ ଦଶମ ଶ୍ରେଣୀ ଛାତ୍ର ଦୀପକ ଭୋଇ ଓ ନବମ ଶ୍ରେଣୀ ଛାତ୍ରୀ ମୁସ୍କାନ ବାରିକ ଚମ୍ପିୟାନ ହୋଇଥିଲେ।
(ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା)
ପିଏମଶ୍ରୀ ବିଡିଏନ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ


