ରାୟଗଡ଼ା: ତା -୨୨/୧୨(ବିଏମସି ଟିଭି ଓଡ଼ିଆ)
ରାୟଗଡା ଜିଲ୍ଲାର କଳନରା ବ୍ଲକ ଅଧିନସ୍ଥ ଖେଦାପଡା ଗ୍ରାମ ପଞ୍ଚାୟତ ରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକର୍ମରେ କଳନରା ବ୍ଲକ ର ଏ. ଇ. ଶ୍ରୀ ଯୁକ୍ତ ସୁବ୍ରମଣ୍ୟ ପଣ୍ଡା. ବ୍ଲକ ଉନୟନ ଅଧିକାରୀ ଶ୍ରୀମତୀ ରୀନା ପ୍ରଧାନ. ତହସିଲଦାର ବିଜ୍ଞାନରାଜ କହର. ବ୍ଲକ ଭାଇସ ଚୈରମେନ ଶ୍ରୀଯୁକ୍ତ ହଳଧର ହିମରିକ ଏବଂ ସ୍ଥାନ୍ୟ ଖେଦାପଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଯୁକ୍ତ ନରସିଂହ କୀଲାକା ଓ ପି. ଇ. ଓ ଶ୍ରୀଯୁକ୍ତ ଲିଙ୍ଗରାଜ ତାଡିଙ୍ଗି ଉପସ୍ଥିତ ରହିଥିଲେ । ପୁଣି ଏହା ସଙ୍ଗେ କଳନରା ବ୍ଲକ ରେ କାର୍ଯ୍ୟ କରୁଥିବା ସମସ୍ତ କର୍ମ କର୍ତା ଓ ଖେଦାପଡା ଗ୍ରାମ ପଞ୍ଚାୟତ ରେ ରହୁଥିବା ସମସ୍ତ ଗ୍ରୁପ ମହିଳା ମାନେ ଉପସ୍ଥିତ ରହିଥିଲେ । ପୁଣି ଏହି କାର୍ଯ୍ୟ କର୍ମରେ ବିଭିନ୍ନ ପ୍ରକାରର ଷ୍ଟଲ ସବୁ ଦେଖିବାର ମିଳିଥିଲା । ଯଥା :ଶିକ୍ଷା ବିଭାଗ. ଏଗ୍ରିକୋଳଚୋର. କୃଷି ବିଭାଗ.ସ୍ୱାସ୍ଥ୍ୟ ବିଭାଗ. ଓ ଅନେକ । ଏହି କାର୍ଯ୍ୟ କର୍ମ ଆରମ୍ଭରୁ ପ୍ରଥମେ ବ୍ଲକ ଉନୟନ ଅଧିକାରୀ ଶ୍ରୀମତୀ ରୀନା ପ୍ରଧାନ. ବିଜ୍ଞାନରାଜ କହର. ଏ. ଇ. ସୁବ୍ରମଣ୍ୟ ପଣ୍ଡା ଙ୍କୁ ଖେଦାପଡା ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ନରସିଂହ କୀଲାକା ଓ ପି. ଇ. ଓ. ଲିଙ୍ଗରାଜ ତାଡିଙ୍ଗି ଏହି ମୁଖ୍ୟ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ତାହାର ପରବର୍ତୀ ସମୟରେ ସେମାନଂକୁ ସ୍ୱାଗତ କରି ଠାକୁରଙ୍କ ଫୋଟ ଉପରେ ଦୀପ ପ୍ରଯୁଳନ କରି ସଭା ଆରମ୍ଭ କରିଥିଲେ ।

ଏବଂ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଧେଶ୍ୟ ଥିଲା ଖେଦାପଡା ଗ୍ରାମ ପଞ୍ଚାୟତ ରେ ବସବାସ କରୁଥିବା ସମସ୍ତ ଜନସାଧାରଣ ଙ୍କ ଅଭିଯାଗ । ଏବଂ ପ୍ରତ୍ୟକ ଲୋକ ଯାହାର ଯାହା ଅସୁବିଧା ଅଛି ତାହା ଲିଖିତ ମାଧ୍ୟମରେ ଶ୍ରୀମତୀ ରୀନା ପ୍ରଧାନ ଓ ବିଜ୍ଞାନାରାଜ କହର ଙ୍କୁ ଜଣାଇଥିଲେ ଏବଂ ତାହା ଗ୍ରହଣ ମଧ୍ୟ କରାଯାଇଥିଲା । ଶ୍ରୀମତୀ ପ୍ରଧାନ ସମସ୍ତଙ୍କ ଅଭିଯାଗ ଗ୍ରହଣ କଲାପରେ ଏହା କହିଥିଲେ ଏହା ନିଶ୍ଚୟ ଆମେ ଏହାର ସମାଧାନ କରିବୁ ବୋଲି କହିଛନ୍ତି । ପୁଣି ତତସଙ୍ଗେ ଅଂଚଳରେ ବସବାସ କରୁଥିବା କିଛି ଜନସାଧାରଣ ଆମ ଗଣ ମାଧ୍ୟମ କୁ ସାକ୍ଷାତ କରି ପଚାରିଥିଲେ ଯାହା କୀ ଖେଦାପଡା ଗ୍ରାମରୁ ଥେରୁବାଲି ପର୍ଯ୍ୟନ୍ତ ଯାଉଥିବା ରାସ୍ତା ମରାମତି ହୋଇଥିଲେ ଉପକୃତ ହଇଥାନ୍ତୁ ବୋଲି ଜୋ ଦ୍ୱରା କୀ ଯାତାୟାତ କରୁଥିବା ଜନସାଧରଣ ମରଣାସ୍ତ ରାସ୍ତା ପାଲଟିଛି । ଏହି ବିଷୟ କୁ ନେଇ ଆମ ଗଣ ମାଧ୍ୟମ କଳନରl ବ୍ଲକ ଚୈରମେନ କୁ ସାକ୍ଷତ କରିଥିଲୁ ଏବଂ ଶ୍ରୀଯୁକ୍ତ ହଳଧର ଏହା ମତ ଦେଇଥିଲେ ଓ କହିଥିଲେ ନିଶ୍ଚୟ ତୁରନ୍ତ ଏହାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମତ ରଖିଛନ୍ତି । ପୁଣି ଏହି ସଭା ର ସମ୍ପୂର୍ଣ ହେବା ପୂର୍ବରୁ କିଛି ଲୋକମାନଙ୍କୁ ବ୍ଲକ ଅଧିକାରୀ ଶ୍ରୀମତୀ ପ୍ରଧାନ ଏବଂ ଉପସ୍ଥିତ ଥିବା ମୁଖ୍ୟ ଅତିଥି । ରାସନ କାର୍ଡ.ଜବ କାର୍ଡ. ଏବଂ ଭିନ୍ନ କ୍ଷମ ଲକମାନଙ୍କୁ ଉହୀଲ ଚୈର ପରିଚୟପତ୍ର ସହ ବଣ୍ଟନ କରିଥିଲେ। ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ଅତି ସୁନ୍ଦର ଓ ନିରାପଦ ଭାବରେ ଶ୍ରଦ୍ଧାର ସହ ସମ୍ପୂର୍ଣ ହେବାର ଦେଖିବାକୁ ମିଳିଥିଲା ।
ରାୟଗଡା ରୁ ମହେନ୍ଦ୍ର କନ୍ଧପାଣିଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


