ମାଲକାନଗିରି ;ତା-୦୧/୦୯(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗ୍ରାମ ସୋମନାଥପୁର ପଞ୍ଚାୟତ ପିଲାକୁସୁମୀ ଗ୍ରାମର ରାଜେନ୍ଦ୍ର ହନ୍ତାଳ ପଢିବେ ଡାକ୍ତର ପାଠ।ଗରିବ ଗୁରୁବା ପିଲା ଦୃଢ଼ ଇଚ୍ଛା ଶକ୍ତି ସବୁ କିଛି ହାର କରି ସଫଳତା ଛୁଇଁଛି। ରାଜେନ୍ଦ୍ର ପାଠ ପଢିବା ଆରମ୍ଭ କରିଥିଲେ ନିଜ ଗାଁ ପିଲାକୁସୁମୀ ସରକାରୀ ସ୍କୁଲ ପରେ ମାଲକାନଗିରି ଏକଲବ୍ୟ ଦଶମ ଶ୍ରେଣୀ ପଢି ୮୨ଶତକଡ଼ା ରଖି ପାସ ହୋଇଥିଲେ। ବୃତ୍ତି ପାଇଁ ଭୋପାଳ +୨ପଢି ନିଟ ପରୀକ୍ଷା ଦେଇଥିଲେ।ଆଜି ଡାକ୍ତର ପଢିବାକୁ ମନୋନୀତ ହୋଇଛନ୍ତି। ବାପା ମାଣିକ ହନ୍ତାଳ ଜଣେ ଚାଷୀ । ଆଜି ସୋମନାଥପୁର ପଞ୍ଚାୟତ ସଭାଗୃହ ଠାରେ ସରପଞ୍ଚ ମଞ୍ଜୁଳା ଶୀଷାଙ୍କ ନେତୃତ୍ୱରେ ସମର୍ଦ୍ଧନ ସଭା ଅନୁଷ୍ଠିତ ହୋଇଥିଲା।ରାଜେନ୍ଦ୍ର ନିଜର ସଂଘର୍ଷ ବିଷୟରେ ବକ୍ତବ୍ୟ ରଖିଥିଲେ। ସରପଞ୍ଚ ମଞ୍ଜୁଳା , ଆନନ୍ଦ ମଣ୍ଡଳ, ଭୀମସେନ ଖେମୁଣ୍ଡୁ, ଗଣେଶ ଶୀଷା ଓ ସଞ୍ଜିତ ଦାସ ଓ ଗ୍ରାମବାସୀ ସମସ୍ତେ ମିଶି ରାଜେନ୍ଦ୍ରକୁ ସଂମାନିତ କରିଥିଲେ।
ମାଲକାନଗିରି ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


