ଦଶପଲ୍ଲା ;ତା-୨୭/୦୮(ବିଏମସି ଟିଭି ଓଡ଼ିଆ)
ଓଡିଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି କିମ୍ବଦନ୍ତୀ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର, ଓ ହଳଧର ଆଦି ଭିନ୍ନ ନାମରେ ମଧ୍ୟ ପୂଜା ପାଆନ୍ତି । ଆଗେ କଳିଙ୍ଗଉତ୍କଳରେ ଗମ୍ହାପୂର୍ଣିମା (ଗହ୍ମାପୂର୍ଣିମା) ଦିନ ବଳଦେବ ଜୀଉଙ୍କ ବିଶେଷ ପୂଜାର୍ଚ୍ଚନା ହେଉଥିଲା । ପରମ୍ପରା ଅନୁଯାୟୀ ପ୍ରତି ଶ୍ରାବଣ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେବ ଜୀଉ ମନ୍ଦିର ରେ ବଳଦେବଙ୍କ ଜନ୍ମନୀତି ମହା ସମାରୋହରେ ପାଳିତ ହୋଇଥାଏ । ଦଶପଲ୍ଲା ରେ ଆଜି ଗହ୍ମା ପୂର୍ଣ୍ଣିମା ଧୁମଧାମରେ ପାଳିତ ହୋଇଯାଇଛି । ସକାଳୁ ଗାଇ ବଳଦ ମାନଙ୍କୁ ପୂଜାର୍ଚ୍ଚନା କରି ସେମାନଙ୍କୁ ପିଠା,ମିଠା ଖାଇବାକୁ ଦେଇ ଗୋଡରେ ରାକ୍ଷୀ ବାନ୍ଧିବା ସହିତ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥିଲା । ଭଉଣୀ ମାନେ ନିଜ ନିଜ ଭାଇର ଦୀର୍ଘାୟୁ କାମନା କରି ରାଖି ବାନ୍ଧିଥିଲେ । ଅପରାହ୍ନରେ ଗାଁ ଗାଁରେ ଗହ୍ମାଡିଆ ପର୍ବ ପାଳନ କରାଯାଇଥିଲା । ଏହି ଗହ୍ମାଡିଆରେ ଯୁବକ ଯୁବତୀମାନେ ସାମିଲ ହୋଇଥିଲେ । ଦଶପଲ୍ଲା ବ୍ଳକର ବିଭିନ୍ନ ଗ୍ରାମରେ ଗହ୍ମାଡିଆ ଅତି ଆନନ୍ଦର ସହିତ ପାଳିତ ହୋଇଯାଇଥିବା ଜଣାପଡିଛି । ସେହିଭଳି ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ସରସ୍ଵତୀ ବିଦ୍ୟାମନ୍ଦିର ଠାରେ ଦଶପଲ୍ଲା ଥାନା ଅଧିକାରୀ ବିନୟ କୁମାର ପରିଡ଼ା ଏବଂ ମହାବୀର ସାହି ରେ ଦଶପଲ୍ଲା ବ୍ଲକ ଅଧିକାରୀ ଶରତ କୁମାର ମଲ୍ଲିକ ଉପସ୍ଥିତ ଥିଲେ। ତତ ସହିତ ବିଭିନ୍ନ ସ୍ବେଛାସେବୀ ସଂଗଠନ ତଥା ଓମ୍ ଶାନ୍ତି ଆଶ୍ରମର ଅନ୍ତେବାସୀ ମାନେ ସମସ୍ତଙ୍କୁ ରାକ୍ଷୀ ବାନ୍ଧୁ ଥିବା ଦେଖିବାକୁ ମିଳିଥିଲା।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


