ସମ୍ବଲପୁର/ବାମରା:ତା-୨୦/୦୨ (ବିଏମସି ଟିଭି ଓଡିଆ)
ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟ ସ୍ତରୀୟ ସମ୍ମିଳନୀ ଚଳିତ ମାସ ୨୮ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ା ଜିଲ୍ଲା ଲାଇକରା ବ୍ଲକ ଅନ୍ତର୍ଗତ ତାଳମୁଣ୍ଡା ଗାଁରେ ମହା ସମାରୋହରେ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି। ଏଥିରେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିବା ତଥା ସମ୍ମିଳନୀକୁ ସଫଳ କରିବା ପାଇଁ ୨୧ ଟି ଗୁଡ଼ିରେ ପର୍ଯ୍ୟାୟ କ୍ରମେ ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି କ୍ରମରେ ବାମରା ବ୍ଲକର ସଗରା, ଗୋବିନ୍ଦପୁର, କେସାଇବାହାଲ, ଜରାବଗା ଓ ତୁରେଇ ଗୁଡ଼ି ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ସାରିଛି । ଏହିସବୁ କାର୍ଯ୍ୟକ୍ରମ ଗୁଡ଼ିକର ମୁଖ୍ୟ ଆୟୋଜକ ମଣ୍ଡଳ ସଭାପତି ଭିକାରୀ ଚରଣ ପଟେଲ, ପ୍ରକାଶ ପଟେଲ , ରବି ନାରାୟଣ ପଟେଲ ହୋଇଥିବା ବେଳେ ଗୁଡ଼ି ସଭାପତିମାନେ ନିଜ ନିଜ ଗୁଡ଼ି ଗୁଡିକରେ ସଭାପତିତ୍ବ କରିଥିଲେ । ଗୋବିନ୍ଦପୁର ସମ୍ମିଳନୀରେ ଅଖିଳ ଭାରତୀୟ ଅଘରିଆ ସମାଜର ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି , ଉପଦେଷ୍ଟା ଗଙ୍ଗାଧର ନାଏକ, ବାମଣ୍ଡା ଆଞ୍ଚଳିକ ସଭାପତି ଭବାନି ଶଙ୍କର ନାୟକ, ସମ୍ପାଦକ ଅଶୋକ କୁମାର ପଟେଲ , ପୂର୍ବତନ ଆଞ୍ଚଳିକ ସଭାପତି ବନମାଳୀ ନାଏକ , ରାଜ୍ୟ ସ୍ତରୀୟ ଯୁବ ସଭାପତି ସାରଦା ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସମାଜର ସମ୍ବିଧାନ ଓ ଓବିସି ଆନ୍ଦୋଳନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ସଭାରେ ନୂତନ ଭାବରେ ମନୋନୀତ ସଭାପତି ପ୍ରଫୁଲ୍ଲ କୁମାର ନାୟକ ସଭାପତିତ୍ବ କରିଥିବା ବେଳେ ଉପ ସଭାପତି ବିରେନ୍ଦ୍ର ପଟେଲ ସ୍ଵାଗତ ଭାଷଣ ଓ ଶେଷରେ ସମ୍ପାଦକ ଅବସର ପ୍ରାପ୍ତ ଅଧ୍ୟାପକ ସୁଶିଲ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଦିନରେ ବଡ଼ ଧରଣର ତିନିଟି ସଭା ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି । ଅନ୍ୟ ଗୁଡ଼ିମାନଙ୍କ ମଧ୍ୟରେ କୁଚିଣ୍ଡା ବ୍ଲକର କୁସୁମୀ, ପରୁଆଭାଡ଼ି, ଜମନକିରା ବ୍ଲକର ଭୋଜପୁର, କୁଟୁରୁଚୁଆଁ ଓ ଚିନି ମହୁଲରେ ମଧ୍ୟ ଅନୁରୂପ ସମ୍ମିଳନୀମାନ ପୂର୍ବରୁ ଅନୁଷ୍ଠିତ ହୋଇ ଯାଇଥିବା ସମ୍ପାଦକ ଅଶୋକ ପଟେଲଙ୍କ ସୂତ୍ରରୁ ପ୍ରକାଶ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ଅଖିଳ ଭାରତୀୟ ଅଘରିଆ ସମାଜର ବିଭିନ୍ନ ସ୍ଥାନରେ ଗୁଡ଼ି ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ


