ବରଗଡ଼ ;ତା-୧୩/୧୨(ବିଏମସି ଟିଭି ଓଡ଼ିଆ)
ଆମ୍ବୁଲାନ୍ସ ଦ୍ଵାରା ନଭେମ୍ବର ୬ତାରିଖ ରେ ବରପାଲି ରୁ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଜଣେ ରୋଗୀଙ୍କୁ ଆଣି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫ ରୁ ତାଙ୍କ ର ସେବା ଯତ୍ନ କରିବା ସହ ଡାକ୍ତର ମାନଙ୍କ ଦ୍ଵାରା ଚିକିତ୍ସା କରାଯାଉଥିଲା। ଦୀର୍ଘ ଦିନ ଧରି ଚିକିତ୍ସା କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୯ତାରିଖ ରାତି ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ଭଟଲୀ ପୋଲିସ ଙ୍କୁ ଖବର ଦିଆଯାଇଥିଲା। ତାଙ୍କର କେହି ସମ୍ପର୍କୀୟ ନ ଥିବାରୁ ପୋଲିସ ଉପସ୍ଥିତ ରେ ଶବ ସଂରକ୍ଷଣ କକ୍ଷରେ ରଖାଯାଇଥିଲା। ୯୬ଘଣ୍ଟା ରଖିବା ପରେ ଆଜି ଭଟଲି ପୋଲିସ ନିଷ୍ଠା ପରିବାର କୁ ଲିଖିତ ଅନୁମତି ଦେବା ପରେ ଆମ ନିଷ୍ଠା ପରିବାର ତରଫ ରୁ ସସମ୍ମାନେ ଶବ ସତ୍କାର କରାଯାଇଥିଲା। ଏହି ମହତ କାର୍ଯ୍ୟ ରେ ଭଟଲୀ ଏସ.ଆଇ ଏକ୍କା ବାବୁ ଓ ନିଷ୍ଠା ପରିବାର ର ସଂଯୋଜକ ମାନସ ମେହେର, ଅମିତ ଭୋଇ, ଶୁଭ୍ରାଂଶୁ ସରାଫ ଉପସ୍ଥିତ ଥିଲେ।
ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


