ସମ୍ବଲପୁର/କୁଚିଣ୍ଡା:ତା-୩୧/୦୧ (ବିଏମସି ଟିଭି ଓଡିଆ)
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅନୁସୂଚିତ, ଜନଜାତି, ପଛୁଆବର୍ଗ ଓ ସଂଖ୍ୟା ଲଘୁ ବିଭାଗ ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ ମହିଳା କଲେଜ) ର ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳ ସର୍ବାନନ୍ଦ ସ ମୁଖ୍ୟ ଅତିଥି ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବିଫଳତା ମଧ୍ୟ ସଫଳତାର ଚାବି କାଠି ହୋଇ ଥିବାରୁ ଛାତ୍ରଛାତ୍ରୀ କେବେ ହାର ନ ମାନିବାକୁ ପରାମର୍ଶ ଦେଇଥିଲେ । ସେମାନେ ତାଙ୍କ ଭାଷଣରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗରେ ବଡ଼ ଲୋକ ଅପେକ୍ଷା ଅଧିକ ଭଲ ଲୋକ ହେବାକୁ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେଉଁଝରରୁ ଆସିଥିବା ରାଜ୍ୟ ପୁରସ୍କୃତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ ସାହୁ, ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ନୀଳମଣି ସାହୁ , ଅବସର ପ୍ରାପ୍ତ ଏବିଇଓ ଗୌରାଙ୍ଗ କୁସୁମ, ଭୋଜପୁର ଏସଏସଡିର ପ୍ରଧାନ ଶିକ୍ଷକ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ରହି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଅତିଥି ଗଣ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅଧ୍ୟକ୍ଷ ରଞ୍ଜନ ନାଏକ ସଭାପତିତ୍ବ କରି ବାର୍ଷିକ ବିବରଣୀ ପାଠ କରିଥିଲେ। ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ସେକେଣ୍ଡାରୀ ବିଭାଗ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣପ୍ରଭା ଯାଦବ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ତୃପ୍ତି ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


