ବ୍ରହ୍ମପୁର: ତା -୨୦/୧୨ (ବିଏମସି ଟିଭି ଓଡ଼ିଆ)
ଅଙ୍କୁଲି ସ୍ଥିତ ଭିବଜିଓର୍ ସ୍କୁଲ ର ନବମ ବାର୍ଷିକ ଉତ୍ସବ ଅବସରରେ ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ କରି ଗଢି ତୋଳିବା ଆମ ସମସ୍ତ ଙ୍କ ଗୁରୁ ଦାଇତ୍ୱ ବୋଲି ଉଦବୋଧନ ଦେବସହ ଭିବଜିଓର୍ ସ୍କୁଲ କମ ସମୟ ରେ ଭଲ ଶିକ୍ଷା ଯୋଗୁ ସୁନାମ ଅର୍ଜନ କରିପାରିଥିବାରୁ ପ୍ରଶଂସା କରିଥିଲେ । ବିଶିଷ୍ଟ ସମାଜସେବୀ ତଥା ମହାନ ସଂଘ୍ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅଭିଭାବକ ମାନେ ନିଜ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଓ ଉଚ୍ଚ ସଂସ୍କାର ଦେବା ସହ ମାଟି, ମା ଓ ମାତୃଭାଷା କୁ ଭଲପାଇ, ଦେଶ ମାତୃକା ର ସେବକ ଭାବେ ଗଢି ତୋଳିବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ମା ମାନେ ପିଲା ଙ୍କୁ ଜଙ୍କ ଫୁଡ଼, ମୋମ ପିଯା ଠାରୁ ଦୂରରେ ରଖି ପାରମ୍ପରିକ ଖାଦ୍ୟ ଅଭ୍ୟାସ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସାବିତ୍ରୀ ନାୟକ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନି ଥିଲେ। ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ବିବେକାନନ୍ଦ ଦାସ, ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ଦାସ ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୂରସ୍କାର ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆଦୃତ ହୋଇଥିଲା।ସ୍କୁଲ ର ଶିକ୍ଷୟତ୍ରୀ, କର୍ମଚାରି ଓ ଅଭିଭାବକ ମାନେ ପରିଚାଳନା ରେ ସହୋଜୋଗ କରିଥିଲେ।
ବ୍ରହ୍ମପୁର ରୁ କାଳୀ ଦାସଙ୍କର ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


