ବୋଲଗଡ ; ତା-୦୮/୦୧ (ବିଏମସି ଟିଭି ଓଡ଼ିଆ )
ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ବାଙ୍କୋଇ ଦେଶ ଗ୍ରାମପଞ୍ଚାୟତ ବାଙ୍କୋଇ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୨ୟ ପିଏମଶ୍ରୀ ବାର୍ଷିକ ଉତ୍ସବ ଗୁରୁବାର ଦିନ ପାଳିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ କାଯ୍ୟକ୍ରମ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଦଳେଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଏବିଇଓ କୈଳାଶ ନାଥ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଅମିତା ମିଶ୍ର , ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ବଡ଼କୁମାରୀ ସରପଞ୍ଚ ତଥା ବ୍ଲକ ଚେୟାରମ୍ୟାନ ଙ୍କ ପ୍ରତିନିଧି ପ୍ରଫୁଲ୍ଲ ପ୍ରଧାନ, ବରିଷ୍ଠ ଶିକ୍ଷାବିତ ଜୟକୃଷ୍ଣ ଫତେସିଂ , ପ୍ରାକ୍ତନ ପ୍ରଧାନ ଶିକ୍ଷକ ହାଜି ବଦ୍ରୁଲ ହାସନ , ବରିଷ୍ଠ ଶିକ୍ଷାବିତ କାଳିଚରଣ ଜୟସିଂ, ସମିତିସବ୍ୟ ରଞ୍ଜନ ଲେଙ୍କା, ୱାର୍ଡସଭ୍ୟା ଚନ୍ଦ୍ରକାନ୍ତି ପଟ୍ଟନାୟକ, ପଞ୍ଚସଖା ସେତୁ ସୁରେଶ ଚନ୍ଦ୍ର ସାମନ୍ତରାୟ, ପରିଚାଳନା କମିଟି ସଭାନେତ୍ରୀ ସସ୍ମିତା ବଳିୟାରସିଂ ଓ ସିଆରସିସି ସନ୍ତୋଷ ସାମଲ ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷୟତ୍ରୀ ନୀଳିମା ସେଠି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଶୁଭେନ୍ଦୁ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାଯ୍ୟକ୍ରମ କୁ ଶିକ୍ଷକ ସୁବାସ ଚନ୍ଦ୍ର ଦାସ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ସାହାଯ୍ୟ ଓ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଷ୍ଟପ୍ରଦର୍ଶନ କରିଥିଲେ। ପରିଶେଷରେ ଶିକ୍ଷକ ସରୋଜ କୁମାର ସାମନ୍ତସିଂହାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଏମସି ନ୍ୟୁଜ୍ ଓଡ଼ିଶା ।


