ସମ୍ବଲପୁର:ତା.୧୩/୧୨(ବିଏମସି ଟିଭି ଓଡିଆ)
ଶିଶୁମାନଙ୍କ ପ୍ରତି ମା’ଙ୍କ ପରି ଗୁରୁଙ୍କ ମଧ୍ୟ୍ୟ ଦାୟିତ୍ୱ ରହିଛି। ବିଦ୍ୟାଳୟ ପରିସର କେବଳ ଶିକ୍ଷାର ମାଧ୍ୟମ ନୁହେଁ, ବରଂ ଶିଶୁକୁ ସୁସ୍ଥ ଓ ସମୃଦ୍ଧଶୀଳ ଭାବେ ଗଢି ପ୍ରତିଭା ଅନ୍ୱେଷଣ ଦ୍ୱାରା ବିକାଶର ବାଟ ଫିଟିଥାଏ, ଯାହାକି ନୂତନ ଶିକ୍ଷା ନୀତିର ମାଧ୍ୟମ ବୋଲି ବକ୍ତାମାନେ କହିଛନ୍ତି। ଶନିବାର ଯୁଯୁମୁରା ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତରେ ଥିବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଆୟୋଜିତ ସଭାରେ ପଡ଼ିଆବାହାଲ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଲୋକନାଥ ପ୍ରଧାନ ମୁଖ୍ୟଅତିଥି, ଅଧ୍ୟାପକ ଯତୀନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଓ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଏବଂ ସ୍କୁଲର ପରିଚାଳନା କମିଟି ସଭାପତି ମନୋରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଜୟରାମ ଖମାରୀ ସଭାରେ ଅଧ୍ୟକ୍ଷତା କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାକୁ ହିନ୍ଦୀ ଶିକ୍ଷକ ମହେନ୍ଦ୍ର ମିଶ୍ର ସଂଯୋଜନା କରିଥିଲେ। ଏହି ଅବସରରେ ବିଭିନ୍ନ କୃତୀ ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ପଲ୍ଲବୀ ବାଗଙ୍କ ସଂଯୋଜନାରେ ସ୍କୁଲର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅତି ସୁରୁଖୁରୁରେ ଚଳିତ ବର୍ଷର ବାର୍ଷିକୋତ୍ସବ ସମାପିତ ହୋଇଥିଲା।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


