ବାଲିମେଳା: ତା -୩୦/୦୧(ବିଏମସି ଟିଭି ଓଡ଼ିଆ )
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ୍ ଅନ୍ତର୍ଗତ ନୀଳାଦ୍ରିନଗର ଉଚ୍ଚ ବିଦ୍ୟାଳୟର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନଶିକ୍ଷକ ଯଦୁମଣି ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବାଲିମେଳା ଜଳବିଦ୍ୟୁତ କେନ୍ଦ୍ରର ୟୁଟିଲିଟି ମ୍ୟାନେଜର ଇଂ କିଶୋର ଚନ୍ଦ୍ର ଭୋଇ ଓ ମୂଖ୍ୟ ବକ୍ତା ଭାବେ ବାଲିମେଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଅମୂଲ୍ୟ କୁମାର ପ୍ରଧାନ ଯୋଗ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ବାଲିମେଳା ଜଳବିଦ୍ୟୁତ୍ କେନ୍ଦ୍ରର ଯନ୍ତ୍ରୀ ସରୋଜ କୁମାର ବେହେରା, ଅବସରପ୍ରାପ୍ତ ଜିଲ୍ଲା ସାଇନ୍ସ ସୁପରଭାଇଜର ଶରତ କୁମାର ରାଉତ, ନୀଳାଦ୍ରିନଗର ଉନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ତ୍ତିକେଶ୍ୱର ପଣ୍ଡା,ପରିଚାଳନା କମିଟିର ସଭାପତି ବିଭୁଦତ ମହାନ୍ତି, ସୁଦୀପ୍ତ ବେହେରା ଓ ବିଧାୟକ ପ୍ରତିନିଧି ମୁକା ମାଡ଼କାମୀ ପ୍ରମୁଖ ଯୋଗ ଦେଇଥିଲେ।ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।ସୁଚରିତ୍ର ଗଠନ ଓ ଭଲ ପାଠ ପଢି ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବାକୁ ଆହ୍ବାନ ଦେଇଥିଲେ ନିମନ୍ତ୍ରିତ ଅତିଥି ବୃନ୍ଦ।ବିଭିନ୍ନ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପାଇଁ ଗୌରବ ଆଣିଥିବା ଛାତ୍ରଛାତ୍ରୀଙ୍କ ସଫଳ କାହାଣୀ ଉପରେ ଆଲୋକପାତ କରିଥିଲେ ଅତିଥି।କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ଲକ୍ଷ୍ମୀନାରାୟଣ ଦାସ, ଚିତ୍ରସେନ ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।ଅନୁଷ୍ଠାନର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପ୍ରଧାନଶିକ୍ଷକ ଯଦୁମଣି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ମାଲକାନାଗିରି ଜିଲ୍ଲା ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


