ବ୍ରହ୍ମପୁର: ତା -୨୧/୧୨(ବିଏମସି ଟିଭି ଓଡ଼ିଆ)
ବ୍ରହ୍ମପୁରର ବାର୍ଷିକୋତ୍ସବ -୨୦୨୫ ଓ ସାରସ୍ବତ ମିଳନ ବ୍ରହ୍ମପୁରସ୍ଥିତ ଶଶିଭୂଷଣ ରଥ ସରକାରୀ (ସ୍ବୟଂଶାସିତ) ମହିଳା ମହାବିଦ୍ୟାଳୟ ଠାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅଶିରୁ ଉର୍ଦ୍ଧ୍ବ କବି ଓ ସାହିତ୍ୟିକ ଯୋଗଦାନ କରି ଏହି ଉତ୍ସବକୁ ଆଶାତୀତ ସଫଳତା ପ୍ରଦାନ କରିଥିଲେ । ବ୍ରହ୍ମପୁର ମୁନିସିପାଲ କର୍ପୋରେସନର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଉତ୍ସବର ଶୁଭୋଦ୍ଘାଟନ କରି ନିଜର ବକ୍ତବ୍ଯ ରଖିଥଲେ । ବି.ଜେ.ବି (ସ୍ବୟଂଶାସିତ) କଲେଜର ପ୍ରଫେସର ଡ. କାହ୍ନୁଚରଣ ପାଢ଼ୀ ବିଶିଷ୍ଟ ଅତିଥି ଭାବେ ଏହି ଉତ୍ସବରେ ଯୋଗଦାନ କରି ନିଜର ବକ୍ତବ୍ଯ ରଖିଥିଲେ । ଡ. ସଜୟ କୁମାର ପଣ୍ଡା, ମୁଖ୍ଯ ଅତିଥି ଭାବେ ଏବଂ ଶ୍ରୀଯୁକ୍ତ ଉମାକାନ୍ତ ରାଉତ ମୁଖ୍ଯବକ୍ତା ଭାବେ ନିଜର ବହୁମୂଲ୍ୟ ବକ୍ତବ୍ଯ ଉପସ୍ଥାପନ କରିଥିଲେ । ଡ. ରୋଜାଲିନି ସେନାପତି, ଡ. ଲକ୍ଷ୍ମୀନାରାୟଣ ଦାଶ, ଡ. ସୁମିତା ବେହେରା ପ୍ରମୁଖ ବରେଣ୍ଯ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରତିଷ୍ଠାତା ସଭାପତି କବି ଆଇନଜୀବୀ ବିଜୟ ଚନ୍ଦ୍ର ମିଶ୍ର ସାହିତ୍ଯ ଆଲୋଚନା ଆସରର ପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ । ଏହି ସାରସ୍ବତ ଉତ୍ସବରେ ଶ୍ବେତପଦ୍ମା ସାହିତ୍ଯ ସଂସଦର ମୁଖପତ୍ର “ସୁମନା ଶ୍ବେତପଦ୍ମା”ର ଶୁଭ ଉନ୍ମୋଚନ ହୋଇଯାଇଛି । ଉତ୍ସବରେ ବିଶିଷ୍ଟ କବି ଡ. ସିମାଞ୍ଚଳ ପ୍ରଧାନଙ୍କ କବିତା ସୁରଭି , କବୀ ଡ. ସୁମିତା ବେହେରାଙ୍କ ତୁମେ ଛୁଇଁଦେଲା ପରେ, କବି ଶ୍ରୀ ଶୈଳେନ୍ଦ୍ର ନାରାୟଣ ବେହେରାଙ୍କ ପୁନଶ୍ଚ , କବି ଓ ସୁସାହିତ୍ୟିକ ଡ. ବୃଷକେତୁ ଦାଶଙ୍କ ପୁସ୍ତକ ଗୀତା ଲୋକାର୍ପଣ ହୋଇଯାଇଛି । ଏହି ଉତ୍ସବରେ ଡ. କାହ୍ନୁଚରଣ ପାଢ଼ୀଙ୍କୁ ଶ୍ବେତପଦ୍ମା “ସୁଦର୍ଶନ ଆଚାର୍ଯ୍ଯ” ସ୍ମୃତି ସମ୍ମାନ- ୨୦୨୫, ଡ. ସୁମିତା ବେହେରାଙ୍କୁ ଶ୍ବେତପଦ୍ମା ସାରସ୍ବତ ସମ୍ମାନ- ୨୦୨୫, ଶ୍ରୀମତୀ ଦୀପିକା ଦାଶଙ୍କୁ ଶ୍ବେତପଦ୍ମା ଯୁବ ସାରସ୍ବତ ସମ୍ମାନ – ୨୦୨୫, ଡ. ଅଶୋକ କୁମାର ଷଡଙ୍ଗୀ ଓ ଶ୍ରୀମତୀ ସୁଜାତା ଷଡ଼ଙ୍ଗୀଙ୍କୁ ଶ୍ବେତପଦ୍ମା ଯୁଗଳବନ୍ଦୀ ସାରସ୍ବତ ସମ୍ମାନ- ୨୦୨୫ ରେ ସମ୍ବର୍ଦ୍ଧିତ କରାଯାଇଥିଲା । କବିତା ପାଠ ଆସରରେ ବହୁ ସଂଖ୍ୟକ କବି ସ୍ବରଚିତ କବିତା ପାଠ କରିଥିଲେ । ସଂସଦର ଉପଦେଷ୍ଟା ଡ. ଶ୍ୟାମାପ୍ରସାଦ ମିଶ୍ର କବିତା ଆସରର ସଭାପତିତ୍ବ କରିଥିଲେ । ବିଶିଷ୍ଟ କବି ଶ୍ରୀଯୁକ୍ତ ନୀଳକଣ୍ଠ ସାହୁ, କବୟିତ୍ରୀ ଶ୍ରୀମତୀ ଜ୍ୟୋସ୍ନା କୁମାରୀ ପ୍ରଧାନ ଏବଂ କବୟିତ୍ରୀ ଶ୍ରୀମତୀ ପଦ୍ମିନୀ ମିଶ୍ର କବିତା ପାଠୋତ୍ସବର ସଂଯୋଜନା ଦାୟିତ୍ବ ନିର୍ବାହ କରିଥିଲେ । ପରିଶେଷରେ ଉପ-ସଭାପତି ଶ୍ରୀଯୁକ୍ତ ବଂଶୀଧର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସାଧାରଣ ସମ୍ପାଦିକା ଶ୍ରୀମତୀ ମଧୁଛନ୍ଦା ମିଶ୍ର, କାର୍ଯ୍ୟକାରୀ ସମ୍ପାଦିକା ଶ୍ରୀମତୀ ସସ୍ମିତା ମିଶ୍ର,, ଉପ-ସଭାପତି ଶ୍ରୀଯୁକ୍ତ ବଂଶୀଧର ସେଠୀ, ଉପ-ସଭାପତି ଶ୍ରୀମତୀ ସୌଦାମିନୀ ମିଶ୍ର ପ୍ରମୁଖ ଏହାକୁ ଦକ୍ଷତାର ସହ ପରିଚାଳନା କରି ଏହି ସାରସ୍ବତ ଉତ୍ସବକୁ ଆଶାତୀତ ସଫଳତା ପ୍ରଦାନ କରାଇଛନ୍ତି।
ବ୍ରହ୍ମପୁର ରୁ କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


