ବ୍ରହ୍ମପୁର: ତା -୦୫/୦୨ (ଵିଏମସି ଟିଭି ଓଡିଆ)
ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫୧ ତମ ବାର୍ଷିକ କ୍ରୀଡା ଉତ୍ସବ ନିଳକଣ୍ଠ ନଗର ସରସ୍ୱତୀ ଶିଶୁମନ୍ଦିର ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭୁପେନ କୁମାର ମହନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନିଳକଣ୍ଠ ନଗର ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏସ ମୋହନ ରାଓ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଏମ ଦିପା ରାଣୀ, ଅନ୍ୟତମ ଅତିଥି ଅନିଲ କୁମାର ଚୌଧୁରୀ, ତ୍ରିଲୋଚନ ଦାସ ଉପସ୍ଥିତ ଥିଲେ। ବିଦ୍ୟାଳୟ ଅଧ୍ୟୟନ ରତ ୧୩୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ନିଜ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଏସ ମହୋନ ରାଓ ବିଜୟୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ। ପୁରୁଷ ମାନଙ୍କ ସହ ସମକକ୍ଷ ହୋଇ ନିଜର ନିଜ ବିଦ୍ୟାଳୟର ଟେକ୍ ରଖି ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ। ପରିଚାଳନା କମିଟି ସଦସ୍ୟସଦସ୍ୟାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ସୂଚାରୁ ରୂପେ ପରିଚାଳନା କରିଥିଲେ।
ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ଵିଏମସି ନ୍ୟୁଜ ଓଡ଼ିଶା।


