ରଣପୁର ; ତା-୨୨/୧୨ ( ବିଏମସି ଟିଭି ଓଡ଼ିଆ )
ରଣପୁର ବ୍ଲକ ବାଘ ସାଆନ୍ତ ପଡିଆଠାରେ ଅର୍ଜୁନ ମହୋତ୍ସବ ପାଇଁ ଦ୍ୱିତୀୟ ପ୍ରସ୍ଥତି ବୈଠକ ମହୋତ୍ସବ କମିଟିର ସମ୍ପାଦକ ସ୍ୱରାଜ୍ୟ ମହାନ୍ତିଙ୍କ ଆବାହକତ୍ୱରେ ମା”ମାଣିନାଗ ପୀଠ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ସୁରମା ପାଢ଼ୀ ଉପସ୍ଥିତ ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ରଣପୁର ବିଜ୍ଞାପିତ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି, ମହୋତ୍ସବ କମିଟିର ଉପସଭାପତି ବିଜୟ କୁମାର ଜେନା, କୋଷାଧ୍ୟକ୍ଷ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟୁତ, ସ୍ୱଛତା, ଆଇନ ଶୃଙ୍ଖଳା, ସୁଭିଧା ଵିଜ୍ଞାପନ , ଷ୍ଟଲ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଠିକ ଭାବରେ କରିବା ପାଇଁ ଆଲୋଚନା କରିଥିଲେ। ସମ୍ପାଦକ ସ୍ୱରାଜ୍ୟ ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରଣପୁର ରୁ ମାନସ କୁମାର ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


