ସମ୍ବଲପୁର:ତା.୨୪/୧୨(ବିଏମସି ଟିଭି ଓଡିଆ)
ସମ୍ବଲପୁର ଲୋକ ମହୋତ୍ସବ-୨୦୨୬ ଆସନ୍ତା ଜାନୁଆରୀ ୪,୫ ଓ ୬ ତାରିଖରେ ଆୟୋଜିତ ହେବାକୁ ଥିବାବେଳେ, ଲୋକ ମହୋତ୍ସବ କଳା ପ୍ରଦର୍ଶନୀ ପାଇଁ ଆସନ୍ତା ୨୮ରେ ଚିତ୍ରକଳା କର୍ମଶାଳା ଆୟୋଜିତ କରାଯିବ। ଏହି କର୍ମଶାଳା ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ସ୍ଥିତ ଇଣ୍ଡୋର୍ ହଲ୍ଠାରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ କରାଯିବାକୁ ସ୍ଥିର କରାଯାଇଛି।ଏଥିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହେବାକୁ ଅନୁରୋଧ କରାଯାଇଛି। ଏହି ଚିତ୍ରକଳା ପ୍ରଦର୍ଶନୀ ପାଇଁ ମୋଟ ୪ଟି ଗ୍ରୁପ କରାଯାଇଛି। ଗ୍ରୁପ – ଏ ରେ ୧ମରୁ ୩ୟ ଶ୍ରେଣୀ, ଗ୍ରୁପ- ବି ରେ ୪ରୁ ୬ଷ୍ଠ ଶ୍ରେଣୀ, ଗ୍ରୁପ-ସି ରେ ୭ମରୁ ୧୦ମ ଶ୍ରେଣୀ ଏବଂ ଗ୍ରୁପ- ଡି ରେ ଯୁକ୍ତ୨ରୁ ତଦୁର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବେ। କେବଳ ଗ୍ରୁପ-ଏ ଛାତ୍ରଛାତ୍ରୀମାନଙ୍କ ପାଇଁ କୌଣସି ବିଷୟ ରଖାଯାଇନାହିଁ। ସେମାନେ ନିଜ ଇଚ୍ଛା ମୁତାବକ ଚିତ୍ର ଅଙ୍କନ କରିପାରିବେ। ବଳକା ଗ୍ରୁପର ଛାତ୍ରଛାତ୍ରୀମାନେ ଆମ ସଂସ୍କୃତି ସମ୍ପର୍କିତ ଚିତ୍ର ଅଙ୍କନ କରିବେ। ପ୍ରତି ଗ୍ରୁପର ଭଲ ୫୦ଟି ଚିତ୍ରକୁ ମହୋତ୍ସବର ପ୍ରଦର୍ଶନୀ ମେଳାରେ ସ୍ଥାନିତ କରାଯିବ ବୋଲି ଲୋକ ମହୋତ୍ସବର ପ୍ରଦର୍ଶନୀ ଉପସମିତି ପକ୍ଷରୁ କୁହାଯାଇଛି। ଏହି କର୍ମଶାଳାରେ ଭାଗ ନେବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ପ୍ରଦର୍ଶନୀ ଉପକମିଟିର ଆବାହକ କୁଲଦୀପ ବର୍ମା, ସହ ଆବାହକ ରୁଚିସ ଦେ ଓ ଶ୍ରୀମନ୍ତ ସାହୁ ସୂଚନା ଦେଇଛନ୍ତି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ଲୋକ ମହୋତ୍ସବ -୨୦୨୬ ପାଇଁ ଆଗାମୀ ଡିସେମ୍ବର ୨୮ ତାରିଖରେ ହେବ ଚିତ୍ରକଳା କର୍ମଶାଳା


