ବେଲଗୁଣ୍ଠା: ତା -୨୧/୦୨(ବିଏମସି ଟିଭି ଓଡ଼ିଆ)
ଗାଙ୍ଗପୁର ଠାରୁ ଆସିକା ରାସ୍ତାରେ ଖଇରପୁଟି ଛକରେ ଥିବା ହନୁମାନ ମନ୍ଦିର ପ୍ରତିଷ୍ଠାର ତୃତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ଅଷ୍ଟ ପ୍ରହର ନାମ ଯଜ୍ଞ ଏବଂ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଦିନ ଶୁଭାଧିବାସ ଏବଂ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର ସକାଳ ଠାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଦିନ ନାମ ସମାପନ, ପୂର୍ଣ୍ଣାହୁତି, ଦଧିଭାଣ୍ଡ ଭଞ୍ଜନ,ନଗର ଭ୍ରମଣ ଏବଂ ଯମୁନା ସ୍ନାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯଜ୍ଞ ଦେଖିବା ସହ ହନୁମାନଙ୍କ ଦର୍ଶନ ଏବଂ ପ୍ରସାଦ ସେବନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଗାଙ୍ଗପୁର ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ସହିତ ଯାନବାହନ ଗୁଡ଼ିକୁ ନିୟନ୍ତ୍ରଣ କରିଥିଲେ । ଖଇରପୁଟି ଏବଂ ବଡ଼ସାଦରା ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


