ଅତାବିରା/ବରଗଡ଼ ତା:-୨୪/୧/୨୦୨୬ (ବିଏମସି ଟିଭି ଓଡ଼ିଆ)
ଗତ ଜାନୁୟାରୀ ୨୩ ଶୁକ୍ରବାର ଦିନ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ ମନୋହର ସାଂସ୍କୃତିକ ସଂସଦ (ଭେଡେନ) ର ୩୫ ତମ ବାର୍ଷିକ ଉତ୍ସବରେ ଏବଂ ୫୩ ତମ ଜାତିୟ ସମ୍ବଲପୁରୀ ଭେଟଘାଟ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ସାଂସ୍କୃତିକ ସଂସଦ (ପଡା, ବିଜେପୁର) ର ଆୟୋଜନ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ଗ୍ରାମରେ ସ୍ଥାପିତ ସ୍ୱାଧୀନତା ସଂଗ୍ରାମୀ ଭାଗିରଥି ପଟ୍ଟନାୟକ,ଜମ୍ବୁବତୀ ପଟ୍ଟନାୟକ,ଓ ପ୍ରଫୁଲ୍ଲ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନେ ମାଲ୍ୟାର୍ପଣ କରିବା ପରେ ମଞ୍ଚରେ ମାଁ ସମଲେଶ୍ଵରୀ , ଦେବୀ ସରସ୍ଵତୀ,ଜାତୀୟ ବୀର ସୁରେନ୍ଦ୍ର ସାଏ, ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ସାମାଜିକ କର୍ମୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ପ୍ରତିକୃତି ସମ୍ମୁଖରେ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ସଂଗଠକ ଅଶୋକ କୁମାର ପୂଜାହାରୀ ଙ୍କ ସଭାପତିତ୍ବରେ ଏବଂ ଛନ୍ଦ କବି ସୁରେଶ ଚନ୍ଦ୍ର ଭୋଇଙ୍କ ସଂଚାଳନରେ ଅନୁଷ୍ଠିତ ପ୍ରଥମ ଅଧିବେଶନ କବି ସମ୍ମିଳନୀରେ କବି କିଶୋର ଚନ୍ଦ୍ର ପାତ୍ର ସ୍ୱାଗତ ସଙ୍ଗୀତ ଏବଂ ଦିଲ୍ଲୀପ କୁମାର ଦେବତା ଅତିଥି ପରିଚୟ , ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଲେ ଅଧ୍ୟାପକ ସୁକୁମାର ଭୋଇ ଏବଂ ନାରାୟଣ ଭୋଇ ସଂଯୋଜନା କରିଥିଲେ। ଦ୍ବିତୀୟ ଅଧିବେଶନରେ ଭାଷା ଗବେଷକ ତଥା ମନୋହର ସାଂସ୍କୃତିକ ସଂସଦ ର ସଭାପତି ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଜୟନ୍ତୀ ପାଳନ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଦୀପ ପ୍ରଧାନ ସ୍ୱାଗତ ଭାଷଣ,ତେଜରୁ ବାରିକ୍ ଅତିଥି ପରିଚୟ,ଉମେଶ ପ୍ରଧାନ ସଂଯୋଜନା କରିଥିଲେ। ଏଥିରେ ପଦ୍ମଶ୍ରୀ ଗୁରୁ ଭାଗବତ ପ୍ରଧାନ, ଉପଦେଷ୍ଟା, ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନ ଓ ସ୍ତମ୍ଭକାର ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। କବି ତଥା ଅଧ୍ୟାପକ ସୁବାଷ ଭୁଏ ଙ୍କ ଏକପଦି କବିତା ସଂକଳନ ‘ଭାବ ଅମ୍ରୃତ ‘ ଉନ୍ମୋଚିତ ହୋଇଥିଲା। ତୃତୀୟ ଅଧିବେଶନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟକ ପରିବେଷିତ ହୋଇଥିଲା। ଚିତ୍ରଶିଳ୍ପୀ ଗୈ।ରଚରଣ ପ୍ରଧାନଙ୍କ ଦ୍ବାରା ପ୍ରସ୍ତୁତ ବୀର ମନୋହର ସିଂଙ୍କ ତୈଳ ଚିତ୍ର ଉନ୍ମୋଚିତ ହୋଇଥିଲା। ସମ୍ବଲପୁରୀ ଗୁଛା ବରଗଡ଼ ତରଫରୁ ବହି ପସରା ଆଣିଥିଲେ କବି ମାନସ ରଞ୍ଜନ ଦାଶ। ଶେଷରେ ସଂଗଠକ ଲଲିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କର୍ମିଟିକ୍ରା ,ଲରାସରା, ଅତାବିରା ର ବହୁମୁଖି ପ୍ରତିଭାର ଅଧିକାରୀ କବି , ଗୀତିକାର , ନାଟ୍ୟକାର ତଥା ଗବେଷକ କିଶୋର ଚନ୍ଦ୍ର ପାତ୍ରଙ୍କୁ ସଞ୍ଜୀବ ବଣିଆ ସୁରୁତା ସମ୍ମାନ ପ୍ରଦାନ କରାଯାଇଥିଲା। ଯାହାକୁ ନେଇ ବରଗଡ଼ ଜିଲ୍ଲା ସମେତ ଅତାବିରା ଏବଂ ନିଜ ଗ୍ରାମ କର୍ମିଟିକ୍ରା ତଥା ପରିବାର ବର୍ଗ ତରଫରୁ ତାଙ୍କୁ ପ୍ରଶଂସା ର ସୁଅ ଛୁଟିଛି। ତାଙ୍କୁ ତାଙ୍କ କଳା ସାହିତ୍ୟ ପ୍ରତି ଅବଦାନ ଯୋଗୁଁ ଏହା ମିଲିଛି ଏବଂ ସେ ଏହି ସମ୍ମାନର ପ୍ରକୃତ ଅଧିକାରୀ ବୋଲି ପ୍ରସଂଶକ, ଅଭିଭାବକ ଏବଂ କଳାକାର ମହଲରେ ବେଶ୍ ଚର୍ଚ୍ଚା ହେବା ସହ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଶ୍ରୀ ପାତ୍ର ଦୀର୍ଘ ୨୬ ବର୍ଷରୁ ସାହିତ୍ୟ ସାଧନାରେ ବ୍ରତୀ ରହି ଉଭୟ ସମ୍ବଲପୁରୀ ତଥା ଓଡ଼ିଶା ଭାଷାରେ ବହୁ ପୁସ୍ତକ ରଚନା କରିଛନ୍ତି। ପାଖାପାଖି ୧୦ ଟି ପୁସ୍ତକର ସେ ରଚୟିତା ଏବଂ ଏବେ ୪ ଟି ପୁସ୍ତକ ତାଙ୍କ ପ୍ରକାଶିତ ଅପେକ୍ଷାରେ। ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କୁ ନେଇ ଐତିହାସିକ କାବ୍ୟ ‘ବାଣାସନ ଯାତ୍ରା’ ର ସେ ସ୍ରଷ୍ଟା। ଅତାବିରା ଆଞ୍ଚଳିକ ସାହିତ୍ୟ ପରିଷଦ୍, ସମ୍ବାଦ ସାହିତ୍ୟ ଘର, ଗୁରୁ ଭଗବାନ ସାହୁ ସ୍ମୃତି କମିଟି ବରଗଡ଼ ସମେତ ଆହୁରି ଅନେକ ସାହିତ୍ୟ ସଂଗଠନ ସହିତ ସେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପଶ୍ଚିମ ଓଡ଼ିଶାର ବହୁ ସାହିତ୍ୟ ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ଦ୍ଵାରା ସେ ସମ୍ବର୍ଦ୍ଧିତ।ଏହା ଛଡ଼ା ‘କାଲିଆ କଲାପଟା’ ର ସେ ସମ୍ପାଦକ। ସମ୍ବଲପୁରୀ ସାହିତ୍ୟ ର ଆଦିକବି ଲକ୍ଷ୍ମଣ ପତି, ବାଲାଜୀ ମେହେର,ପନିକା ଡନସନା, ଘାସିରାମ ସେଟ୍ ଙ୍କ ଉପରେ ସେ ଗବେଷଣା ଜାରୀ ରଖିଛନ୍ତି।ସମ୍ବଲପୁରୀ/କୋସଲି ସାହିତ୍ୟ କୁ ତାଙ୍କ ଅବଦାନ ପାଇଁ ସେ ଚୀର ଅମର ହୋଇ ରହିଥିବେ।
ବରଗଡ ଜିଲ୍ଲା ଅତାବିରାରୁ ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


