ବାଲିମେଳା: ତା -୧୦/୦୨(ବିଏମସି ଟିଭି ଓଡ଼ିଆ )
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ବହୁ ପୁରାତନ ମନ୍ଦିର ମା’ ଦଣ୍ଡକାଳୀଙ୍କ ଆସନ୍ତା ଅପ୍ରେଲ ମାସରେ ଆରମ୍ଭ ହେବାକୁ ଥିବା ଝାମୁଯାତ୍ରା ବା ଦଣ୍ଡଯାତ୍ରା ନିମନ୍ତେ ମା’ ଦଣ୍ଡକାଳୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶୁଭ କାଠ ମନ୍ଦିରକୁ ଅଣା ଯାଇଛି । ଆଗାମୀ ଏପ୍ରିଲ ମାସ ୨ ତାରିଖରେ ମା’ଙ୍କର ଦଣ୍ଡଯାତ୍ରା ବାଲିମେଳାରୁ ବାହାରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ସହର ଗୋବିନ୍ଦପାଲି , ବୌପାରିଗୁଡ଼ା, ସୁନାବେଢ଼ା, ଦାମନଯୋଡି,ବୋରିଗୁମ୍ମା , ପାପଡ଼ାହାଣ୍ଡି ଓ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ୧୩ ଦିନ ଧରି ଦଣ୍ଡ ଯାତ୍ରା କରି ମହା ବିଷୁବ ସଂକ୍ରାନ୍ତି ଦିନ ଦୁର୍ଗା ମନ୍ଦିରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହ ମେରୁ ଯାତ୍ରା ଅନୁଷ୍ଠିତ ହେବା ପରେ ଏହି ଦଣ୍ଡ ଯାତ୍ରା ଶେଷ ହୁଏ।ଏହି ଯାତ୍ରାରେ ମୁଖ୍ୟ ହେଉଛି
ଅଗ୍ନିର ଖେଳ ।ଯେଉଁ ଅଗ୍ନି ବାହାର କରିବା ପାଇଁ ବାଲିମେଳା ନିକଟ ନିଳାକାମ୍ବେରୁ ଗ୍ରାମରୁ ଜଣେ ଭକ୍ତଙ୍କ ଜମିରୁ କାନ୍ଦୁଲ କାଠ ଆଣି ମନ୍ଦିରରେ ରଖା ଯାଇଛି ।ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ମନ୍ଦିରରେ ଅଗଣିତ ଭକ୍ତଙ୍କ ସମାଗମ ହେବା ପରେ ସେହି କାଠକୁ ଏକ ନିବୁଜ କୋଠରୀକୁ ୩/୪ ଜଣ ଭକ୍ତ ନେଇ ସେହି କାଠକୁ ଘଷି ସେଥିରୁ ଅଗ୍ନି ବାହାର କରି ସାରିବା ପରେ ରାଜ୍ୟର ଗଞ୍ଜାମ ଅଞ୍ଚଳର ରୀତି ନୀତି ଅନଯାୟୀ ମା’ କାଳୀଙ୍କ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୁଏ । ବାଲିମେଳା ସହରର ମା ‘ଦଣ୍ଡକାଳୀ ମନ୍ଦିର ପରିଚାଳନା କମିଟିର ସଭାପତି ଭାବେ ଗଜେନ୍ଦ୍ର ମହାନ୍ତି ଉପସଭାପତି ରାମ ଚନ୍ଦ୍ର ବାରିକ ସମ୍ପାଦକ ବାବୁଲା ଡାକୁଆ ସହ ସମ୍ପାଦକ ସୁଶାନ୍ତ ମହାରଣା ଓ କୋଷାଧ୍ୟକ୍ଷ ପିତାମ୍ବର ଭୂୟାଁ ,
ଦୀପକ ଦାସ ଓ ଅନ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରୁଛନ୍ତି ।ଅନେକ ମାନସିକ ଧାରୀଙ୍କ ମନସ୍କାମନା ପୂରଣ ଓ ପରିବାରର ଶାନ୍ତି ପ୍ରତିଷ୍ଠା ପାଇଁବାଲିମେଳାରେ ପ୍ରତିବର୍ଷ ଦଣ୍ଡ ଯାତ୍ରା ରୀତିନୀତି ଅନୁସାରେ ପାଳନ କରାଯାଇଥାଏ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


