ବାଲିମେଳା: ତା -୦୭/୦୩(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଶନିବାର ଦିନ ସର୍ପ ଘାତ ଜନିତ ମୃତ୍ୟୁହାସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଏଚପିସି ମେଡିକାଲ ର ଡାକ୍ତର ଯଯାତି କେଶରୀ ସ୍ୱାଇଁ ଯୋଗ ଦେଇଥିବା ବେଳେ ସନ୍ନମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ରାଜେନ୍ଦ୍ର କୁଳଦୀପ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି ଅନେକ ସମୟରେ ସର୍ପ ଘାତ ପରେ ଅବହେଳା ଯୋଗୁ କିପରି ଅନେକ ଅମୁଲ୍ୟ ଜୀବନ ହାନି ହେଉଥିବା ଏବଂ ଆକ୍ରାନ୍ତ ବ୍ୟକ୍ତି ଙ୍କୁ ଗୁଣି ଗାରିଡିର ସହାୟତା ନ ନେଇ ତୁରନ୍ତ ମେଡିକାଲ କୁ ନେଇ ତାର ସଙ୍ଗେ ସଙ୍ଗେ ଚିକିତ୍ସା କଲେ ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ଅନେକ ଉଦାହରଣ ମାଧ୍ୟମରେ ବିଷାକ୍ତ ଓ ବିଷହୀନ ସର୍ପ ଘାତ ଜନିତ ପ୍ରତିକାର ବିଷୟରେ ଆଲୋକପାତ କରିଥିଲେ।ଶ୍ରୀ କୁଳଦୀପ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କ୍ରିତ ଅନେକ ଉଦାହରଣ ତାଙ୍କ ଅନୁଭୂତି ରୁ ଅବଗତ କରାଇଥିଲେ।ପ୍ରତ୍ୟେକ ଛାତ୍ର ନିଜ ଗ୍ରାମ ତଥା ଅଞ୍ଚଳରେ ଏହିପରି ଘଟଣା ଘଟିଲେ ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଛାତ୍ରୀ ମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ସହିତ ସେମାନଙ୍କ ପରିବାର ତଥା ଗ୍ରାମରେ ଏ ବାର୍ତ୍ତା ପହଞ୍ଚାଇବାର ପ୍ରୟାସ ଥିଲା। ଉକ୍ତ କାର୍ଯ୍ୟକ୍ରମ ଟିକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ଶିକ୍ଷକ ମାନସ ରଞ୍ଜନ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ଓ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


