ବେଲଗୁଣ୍ଠା:ତା-୨୬/୧୨(ବିଏମସି ଟିଭି ଓଡ଼ିଆ)
ବର୍ତ୍ତମାନ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଶୀତ ସାଥିରେ ତାଳ ଦେଇଛି ଘନ କୁହୁଡ଼ି । ଏହି କୁହୁଡ଼ି ରାତିରୁ ଆରମ୍ଭ ହୋଇ ସକାଳ ଦଶଟା ପର୍ଯ୍ୟନ୍ତ ବାୟୁ ମଣ୍ଡଳକୁ ଆଚ୍ଛାଦିତ କରି ରଖୁଛି । ଆଜି ବେଲଗୁଣ୍ଠା ସହରରେ ଏହିଭଳି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ସହରରେ ଗତ କାଲି ରାତିରୁ ଆଜି ସକାଳ ସାଢେ ଦଶଟା ପର୍ଯ୍ଯନ୍ତ କୁହୁଡ଼ିର ଆସ୍ତରଣ ପଡିରହିଥିଲା । ଦିନ ଦଶଟା ପର୍ଯ୍ୟନ୍ତ କୁହୁଡ଼ି ଯୋଗୁଁ ରାସ୍ତାଘାଟ କିଛି ଦେଖା ଯାଉନଥିଲା । ଫଳରେ ଲୋକେ ବାହାରକୁ ବାହାରିବା ପାଇଁ ନିରାପଦ ମନେ କରିନଥିଲେ । ବିଶେଷ କରି ସକାଳୁ ରାସ୍ତା ଉପରେ ମର୍ଣିଙ୍ଗ୍ ୱାକ୍ କରୁ୍ଥିବା ଲୋକେ, ସକାଳୁ ପରିବାପତ୍ର ନେଇ ବଜାରକୁ ଆସୁଥିବା ଚାଷୀ ମାନେ ଏହି କୁହୁଡ଼ି ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା । ସାଢେ ଦଶଟା ପରେ କୁହୁଡ଼ି କମିବାରୁ ରାସ୍ତାରେ ଚଳପ୍ରଚଳ ସ୍ୱାଭାବିକ ହୋଇଥିଲା ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


