ବାଙ୍କୀ ;ତା-୦୭(ବିଏମସି ଟିଭି ଓଡ଼ିଆ)

ବୁଧବାର ବାଙ୍କୀ ବିଧାନସଭା ଅନ୍ତର୍ଗତ ସୁବର୍ଣ୍ଣପୁର ମଣ୍ଡଳର କଦଳିବାଡି ଶକ୍ତିକେନ୍ଦ୍ରଠାରେ ଭାରତୀୟ ଜନତା ପାର୍ଟିର ବନ୍ଧୁମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଲୋକଙ୍କ ମୁଖ୍ୟମନ୍ତ୍ରୀ ମାନନୀୟ ମୋହନ ଚରଣ ମାଝୀ ଏବଂ ବାଙ୍କୀ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟକରି କଦଳିବାଡି ପଞ୍ଚାୟତର ଦୁଇଶହରୁ ଉର୍ଦ୍ଧ୍ବ ବିଜୁ ଜନତା ଦଳ ଏବଂ କଂଗ୍ରେସ ଦଳର ଛାମୁଆ କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । କଟକ ଜିଲ୍ଲା (୧) ସଭାପତି ସୁକାନ୍ତ ବିଶ୍ବାଳଙ୍କ ସ୍ୱଭାପତିତ୍ୱରେ ଅନୁଷ୍ଠିତ ବନ୍ଧୁମିଳନ ଓ ମିଶ୍ରଣ ପର୍ବରେ ବାଙ୍କୀ ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ , ସାଂସଦ ପ୍ରତିନିଧି ଜୟନ୍ତ ବିଶ୍ଵାଳ, ସରୋଜ ମତ୍ତଗଜସିଂ,ଜିଲ୍ଲା ସମ୍ପାଦିକା ଅନିତା ମିଶ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦେବାଶିଷ ମାନସିଂ ମଣ୍ଡଳ ସଭାପତି ଶ୍ରୀରାମଚନ୍ଦ୍ର ରାଉତ, ଅଜାତି ରାଉତ ପ୍ରମୁଖ ଉପସ୍ଥିତ ଥିଲେ । କଦଳିବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ମିନତୀ ବେହେରା ତାଙ୍କ ସ୍ୱାମୀ ଶ୍ରୀନିବାସ ବେହେରା, ୱାର୍ଡ ସଭ୍ୟ ବିକ୍ରମ ଖଟୁଆ, ବିଜୟ ନାୟକ,ସ୍ମୃତିଧର ସାମନ୍ତରାୟ, ମାଳବିହାରପୁର ଗ୍ରାମର ସମ୍ପାଦକ ତାପସ କୁମାର ମହାରଣା, ଗୋପାଳ ସମାଜର ମିନା ବବେହେରା ତପନ ବେହେରା, ଉଦ୍ଧବ ବେହେରା, ନବକିଶୋର ବେହେରା, ଅକ୍ଷୟ କୁମାର ବେହେରା ଏବଂ ଗ୍ରାମର ଗତିକୃଷ୍ଣ ସାମଲ,ରଘୁମଣି ରାଉତ, ବୁନୁ ଦାସ, ଗୋଲୀଆ ରାଉତ ଏବଂ ଚୈତନ୍ୟ ମହାରଣା ପ୍ରମୁଖଙ୍କ ସହ ଦୁଇଶହରୁ ଉର୍ଦ୍ଧ୍ବ ଅନ୍ୟ ଦଳର କର୍ମୀମାନେ ସାମିଲ ହୋଇଛନ୍ତି। ଜିଲ୍ଲା ସଭାପତିଙ୍କ ଉପସ୍ଥିତରେ ସେମାନଙ୍କୁ ଦଳୀୟ ଉତ୍ତରୀ ଏବଂ ଟୋପି ପିନ୍ଧାଇ ଦଳରେ ସାମିଲ କରାଗଲା ।

ବାଙ୍କୀରୁ ସୁଶାନ୍ତ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


