ଖଇରପୁଟ:ତା- ୦୯/୦୩(ବିଏମସି ଟିଭି ଓଡ଼ିଆ)
ଖଇରପୁଟ ବ୍ଲକ ଅନ୍ତର୍ଗତ ପରକାନମାଳା ପଞ୍ଚାୟତର ସିରିପେଟା ଗ୍ରାମ ସ୍ଥିତ ଦୟଣା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ନୂତନ ଗର୍ଭ ଗୃହର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟ ନଗର ର ପ୍ରତିଷ୍ଠିତ ମହନ୍ତ ବ୍ରଜବନ୍ଧୁ ଦାସ ମହାରାଜ, ମହନ୍ତ ଗୈାରାଙ୍ଗ ଚରଣ ଦାସ, ମହନ୍ତ ରାଧାଚରଣ ଦାସ, ମହନ୍ତ କମଳାକ୍ଷ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ବିଧି ବିଧାନ ସହ ନୂତନ ମନ୍ଦିରର ଗର୍ଭଗୃହ ଭୂମି ପୂଜନ ଆରମ୍ଭ ହୋଇଥିଲା । ସକାଳୁ ଏକ ବିରାଟ ପଟୁଆରରେ ଜଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଏଥିରେ ଗ୍ରାମର ୨୧ ଜଣ ମହିଳା ନିକଟସ୍ଥ ନଦୀରୁ ମୁଣ୍ଡରେ ଜଳ କଳସ ଧରି ଏକ ବିରାଟ ଶୋଭାଯାତ୍ରାରେ ମନ୍ଦିର ପରିସରରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ଯଜ୍ଞ ଆଚାର୍ଯ୍ୟ ଓ ମୁଖ୍ୟ ପୁରୋହିତ ପ୍ରମୋଦ କୁମାର ତ୍ରିପାଠୀ ଯଜ୍ଞ ବେଦୀରେ ବୈଦିକ ରୀତି ନିତୀ ରେ ଭୂମି ଖନନ କରାଇ , ଏକ ଶିଳାଖଣ୍ଡ କୁ ଲାଲ କପଡା ସହିତ ପୋତାଯାଇ ନୂତନ ମନ୍ଦିର ମୂଳଦୁଆ ପକାଇଥିଲେ । ଆଜି ଅପରାହ୍ନ ୧ ଟା ୫ ମିନିଟ ସମୟରେ ଶାସ୍ତ୍ର ସମ୍ମତ ବେଦମନ୍ତ୍ର ପଠନ କରାଯାଇ ଉକ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା , ଏହି ସମୟରେ ଭକ୍ତମାନଙ୍କର ଉତ୍ସାହ ଦେଖିବାକୁ ମିଳିଥିଲା, ଶ°ଖନାଦ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ଏକ ଅଲୈକିକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମ ରେ ସିରିପେଟା ଦୟଣା କ୍ଷେତ୍ରର ମହନ୍ତ ବ୍ରହ୍ମାନନ୍ଦ ଦାସ, ଜିଲ୍ଲା ହିନ୍ଦୁ ଜାଗରଣ ପ୍ରମୁଖ ସ୍ୱାମୀ ମାଧବାନନ୍ଦ ଦାସ, ଜିଲ୍ଲା ଗୈା ସୁରକ୍ଷା ମଞ୍ଚର ଆବାହକ ସ୍ୱାମି ବିଶ୍ବମିତ୍ରାନନ୍ଦ ଗିରି, ବିଶ୍ୱ ହିନ୍ଦୁ ପରିଷଦର କ୍ଷେତ୍ରିୟ ପ୍ରଚାରକ ଅର୍ଜୁନ ଶାସ୍ତ୍ରୀ, ମୁଖ୍ୟ କର୍ତ୍ତା ରଞ୍ଜିତ ଦାସ, ବୁଦୁରା ମାଢୀ, ବିଦେଶୀ ପ୍ରହରାଜ, ଜଗନ୍ନାଥ ସଂସ୍କୃତି ଜିଲ୍ଲା ସଭାପତି ରାବଣା ରାଓ , ରଥ ସେବକ ଜି.ରାଙ୍ଗା ରାଓ ଓ ଇସ୍କନ ସଂସ୍ଥା ପ୍ରଚାର ପ୍ରଭାରୀ ରଥରାଜ ଗୈାରାଙ୍ଗ ଦାସ ଉପସ୍ଥିତ ରହି ବୈଦିକ ଓ ବୈଷ୍ଣବ ରିତୀନିତି ଅନୁସାରେ ଅଷ୍ଟପ୍ରହରୀ ନାମଯଜ୍ଞ , ଗୋ ରକ୍ଷା ଯଜ୍ଞ ଓ ପ୍ରବଚନ ଭଳି ସମସ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିଥିଲେ । ଶେଷରେ ଭକ୍ତମାନେ ଆନନ୍ଦ ବଜାରରେ ପ୍ରସାଦ ସେବନ କରି ଆନନ୍ଦିତ ମନରେ ଘରକୁ ଫେରିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ କୁ ସିରିପେଟା ଦୟଣା କ୍ଷେତ୍ର ଟ୍ରଷ୍ଟ ସଭାପତି ସନାତନ ମାଢୀ, ସମ୍ବନ୍ଧ ମାଢୀ, ସହଦେବ ଶିଷା, ହରି ମାଢୀ, କମଳୁ ମାଢି,ଲଇଖନ ପୂଜାରୀ,ରାମେଶ୍ଵର ପୂଜାରୀ,ଭଗତ ମାଢୀ, ପଦୁ ନାୟକ, ରାମଚନ୍ଦ୍ର ମାଢୀ, ଗୋପିନାଥ ଭୁମିଆ, ଶିବ ପ୍ରସାଦ ସ୍ୱାଇଁ, ଶିବ ଭୁମିଆ, ବାସୁଦେବ କୁର୍ତ୍ତାଡି, ସମରା ହନ୍ତାଳ, ଭଗବାନ ସାହୁ, ଗଣେଶ ପ୍ରସାଦ ଦାସ, ହିମାଂଶୁ ଶେଖର ସ୍ୱାଇଁ ଓ ଜଗବନ୍ଧୁ ବାରିକ ପ୍ରମୁଖ କାର୍ଯ୍ୟକ୍ରମର ସୁ ପରିଚାଳନା କରିଥିଲେ ।
ବିଏମସି ନ୍ୟୁଜ ଓଡ଼ିଶା ।


