ବାଲିମେଳା: ତା -୦୬/୦୩ (ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ସନ୍ଧ୍ୟା ୭ ଘଣ୍ଟିକା ସମୟରେ ବାଲିମେଳା ନଗର ସଭାପତି ଶ୍ରୀ ରାଜେନ୍ଦ୍ର କୁଲଦୀପ ଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ର ବରପୁତ୍ର ସ୍ଵାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ପାଇଲଟ୍, ପରାକ୍ରମୀ,ଆଧୁନିକ ଓଡ଼ିଶା ର ବିନ୍ଧାଣି ଦୁଇ ଦୁଇଥର ଓଡ଼ିଶା ରାଜ୍ୟ ର ମୁଖ୍ୟମନ୍ତ୍ରୀ ପଦବୀ ଅଳଙ୍କୃତ କରିଥିବା ବିଜୁ ବାବୁ ଙ୍କ ୧୧୦ ତମ ଜନ୍ମ ଦିବସ ବାଲିମେଳା ବିଜୁ ଜନତା କାର୍ଯ୍ୟାଳୟ ଠାରେ ପାଳନ କରାଯାଇଥିଲା। ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଜୁ ଜନତା ଦଳର ନିର୍ବାଚିତ ଉପାଧ୍ୟକ୍ଷ ,ସମସ୍ତ କାଉନସିଲର ବୃନ୍ଦ,ସହାୟକ ନିର୍ବାଚନ ଅଧିକାରୀ,ବାଲିମେଳା ବିଜୁ ଜନତା ଦଳ ର ଉପସଭାପତି ସମେତ ଅନେକ ବିଜୁ ପ୍ରେମୀ ସ୍ବର୍ଗତ ବିଜୁ ବାବୁ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ସହ ବିଜୁ ବାବୁଙ୍କ ଜୀବନକାଳରେ କରାଯାଇଥିବା ସ୍ମୃତି କୁ ଆଲୋକପାତ କରିଥିଲେ।ଆଗାମୀ ଦିନରେ ବିଜୁ ବାବୁଙ୍କ ସ୍ବପ୍ନକୁ ସାକାର କରିବା ନିମନ୍ତେ ସମସ୍ତେ ଏକଜୁଟ ହୋଇ କାର୍ଯ କରିବାପାଇଁ ସଂକଳ୍ପ କରିଥିଲେ ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


