ବାଙ୍କୀ: ତା -୦୬/୦୩(ବିଏମସି ଟିଭି ଓଡ଼ିଆ)
ହିନ୍ଦୋଳ-ନବଓଡିଶାର ନିର୍ମାତା,ପ୍ରବାଦପୁରୁଷ,ଭୂମିପୁତ୍ର ତଥା ଭାରତ ରାଜନୈତିକ ଆକାଶର ଅମୁଲ୍ୟରତ୍ନ, ଓଡ଼ିଶାର ଜନମାନସର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ଆଜି ସାରା ରାଜ୍ୟରେ ପାଳିତ ହୋଇଯାଇଛି।ସେହି ପରିପେକ୍ଷୀରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ କ୍ଷେତ୍ର ବିଜୁଜନତାଦଳ ପକ୍ଷରୁ ବିଧାୟକପ୍ରାର୍ଥୀ,ପୂର୍ବତନ ସାଂସଦ, ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣସମ୍ପାଦକ ମହେଶ ସାହୁଙ୍କ ନେତୃତ୍ୱ ଓ ଆବାହକତ୍ୱରେ ଆଜି ସ୍ଥାନୀୟ ଦଶଦେବି ମନ୍ଦିର ନିକଟରେ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ଓଡାପଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମହାନ୍ତିଙ୍କ ଦ୍ବାରା ମା ଦଶଦେବୀ ପୀଠରେ ପୂଜା ଅର୍ଚ୍ଚନା ସହ ସମୂହ ଦୀପ ଦାନ କରାଯାଇଥିଲା। ଆୟୋଜିତ ସଭାରେ ପୂର୍ବତନ ସାଂସଦ ମହେଶ ସାହୁ ଅପାରଗ ମିଛୁଆ ବିଜେପି ସରକାର ତଥା ତାଙ୍କ ସାଂସଦ ବିଧାୟକ/ବିଧାୟିକା କିପରି ଜନସେବାକୁ ଗୋଇଠାମାରି ନିଜର ଉର୍ନତି କରୁଛନ୍ତି ବଖାଣି ଦୃଢ଼ ସମାଲୋଚନା କରି ବିଜେଡି କର୍ମୀ, କାର୍ଯ୍ୟକର୍ତା ଓ ନେତାମାନେ ଜନସାଧାରଣଙ୍କ ସେବା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।

ଢେଙ୍କାନାଳ ସାଂସଦପ୍ରାର୍ଥୀ ଡାକ୍ତର ଅବିନାଶ ସାମଲ ମୁଖ୍ୟଅତିଥି,ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦେଇ ବିଜୁବାବୁଙ୍କ ଗୁଣଗାନ କରିବାସହ ବିଗତ ବିଜେଡି ନବୀନ ସରକାରଙ୍କ ସୁଫଳତା ବର୍ଣ୍ଣନା କରି ସମସ୍ତ ବିଜୁପରିବାର ଏକଜୁଟ ହୋଇ ଆଗାମୀ ନିର୍ବାଚନ ମାନଙ୍କରେ ପୁଣି ଦଳକୁ କ୍ଷମାତାସିନ କରିବାକୁ ଆହ୍ୱାନ ଦେବାସହ ମିଛୁଆ ବିଜେପି ସରକାର ଏବଂ ତାଙ୍କ ପ୍ରତିନିଧି ମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେଡି ସମର୍ଥକଙ୍କ ସହ ସମ୍ନାନିତଅତିଥି ଭାବରେ ରାଜ୍ୟ ମହିଳା ସାଧାରଣସମ୍ପାଦିକା ମମତା ସାହୁ,ରାଜ୍ୟ ଯୁବସମ୍ପାଦକ ରାଜେଶ ପରିଡା,ଜିଲ୍ଲା ମହିଳା ଉପସଭାପତି ମମତଞ୍ଜଳି ବେହେରା,ଜିଲ୍ଲା ଦୁଇମହିଳା ସାଧାରଣ ସମ୍ପାଦିକା ତଥା ଓଡାପଡା ବ୍ଲକଅଧ୍ୟକ୍ଷା ସସ୍ମିତା ମହାନ୍ତି,ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ,ହିନ୍ଦୋଳ ବ୍ଲକବିଜେଡି ସଭାପତି ଦେବୀପ୍ରସାଦ ପଟ୍ଟନାୟକ,ଓଡାପଡା ବ୍ଲକ ସଭାପତି ଜଟ୍ଟୀ ନାଏକ, ହିନ୍ଦୋଳ ଏନଏସି ନଗର ବିଜେଡି ସଭାପତି ପ୍ରଦ୍ୟୁମ୍ନ ବେହେରା,ଜିଲ୍ଲା ସାଧାରଣସମ୍ପାଦକ ପ୍ରତାପ ସାହୁ ଓ ଚକ୍ରଧର ଦାସ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଦାସ, ଅଭିରାମ ଦଳେଇ, ଜିଲ୍ଲା ମହିଳାସମ୍ପାଦିକା ସଂଯୁକ୍ତା ବେହେରା,ହିନ୍ଦୋଳ ବ୍ଲକ ମହିଳା ସଭାପତି ଯୋଗମାୟା ଗଡ଼ନାୟକ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ବହୁ ପୂର୍ବତନ ସରପଞ୍ଚ, ସମିତିସଭ୍ୟ,ବିଶିଷ୍ଟ ବ୍ୟକ୍ତି, ସଭ୍ୟ ସଂଗ୍ରହ ଅଭିଯାନରେ ଉଲ୍ଲେଖନିୟ କାର୍ଯ୍ୟପାଇଁ ଏବଂ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ଅତିଥିମାନେ ସମ୍ନାନିତ କରିଥିଲେ। ସେହିପରି ବିଜେପିର ନାଲି ଆଖିକୁ ନଡରି ହିନ୍ଦୋଳ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ ଓ ଅନୁଗତମାନେ ହିନ୍ଦୋଳ ଏନଏସି ରେ ବିଜୁଜୟନ୍ତୀ ପାଳନ କରିଥିଲେ।ବିଜୁବାବୁଙ୍କ ଉଧେଶ୍ୟରେ ସମସ୍ତ ବିଜେଡି ପରିବାର ସଦସ୍ୟ ସମୂହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ହିନ୍ଦୋଳ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


