ବାଲିମେଳା: ତା -୧୬/୦୩ (ବିଏମସି ଟିଭି ଓଡିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ଜଗନ୍ନାଥ ମନ୍ଦିରର ପ୍ରାଙ୍ଗଣରେ ସମସ୍ତ ଜାତି ଜନଜାତିର ମୁଖିଆ ମାନଙ୍କୁ ନେଇ ରବିବାର ଏକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମନତ କୁମାର ବେହେରା,ବି ଅରୁଣ କୁମାର ପାତ୍ର, ଚିତ୍ତରଞ୍ଜନ ନାୟକ, ବିଜୟ କୁମାର ପ୍ରଧାନ,ମାଲ୍ୟାବନ୍ତଗିରି ସ୍ୱେଚ୍ଛାସେବୀ ସମିତିର କର୍ମକର୍ତ୍ତା ସହଯୋଗରେ ଜିଲ୍ଲାରେ ୩୦ଟି ଜାତିର ପ୍ରମୁଖ ମାନଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ୧୮ଜାତିର ପ୍ରମୁଖ ମାନେ ଯୋଗ ଦେଇଥିଲେ।ଅଖଣ୍ଡ ଭାରତ ତଥା ହିନ୍ଦୁ ସମାଜର ଏକତା, ପ୍ରଗତି ତାଙ୍କ ଜାତିର ଅବଦାନ ବିଷୟରେ ପରିପ୍ରକାଶ କରିଥିଲେ।ଆଗାମୀ ଦିନରେ ହେଉଥିବା ବିଧର୍ମୀଙ୍କ ଚକ୍ରାନ୍ତ ନପଡ଼ିବା ପାଇଁ ଆଲୋଚନା ହୋଇଥିଲା।ପିଢ଼ି ପିଢ଼ି ଧରି ଚାଲୁଆସିଥିବା କୌଳିକ ବୃତି,ସ୍ୱଭାଲମ୍ବୀ,ମହିଳା ଶିକ୍ଷା,ସୁସଙ୍ଗଠିତ ପରିବାର ବ୍ୟବସ୍ଥା ପାଇଁ ଜିଲ୍ଲା ସଦଭାବନା ପ୍ରମୁଖ ଶଶୀ ଭୂଷଣ ମିଶ୍ର ବୁଝାଇଥିଲେ।ବିଶ୍ୱ କଲ୍ୟାଣ ପାଇଁ ନିବେଦନ ପରେ ସଭା ସାଙ୍ଗ ହୋଇଥିଲା।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


