ମାଲକାନଗିରି ;ତା-୨୦/୮(ବିଏମସି ଟିଭି ଓଡ଼ିଆ)
ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ କ୍ୟାରିୟର କାଉନସିଲ୍ ସେଲ୍ ଓ ଆମ ଗୌରବ ଆମ କଲେଜ ପରିଚାଳନା ସମିତି ସହ ଓଡିଶା ନଲେଜ ସେଣ୍ଟର ର ମିଳିତ ସହଯୋଗରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସହଯୋଗରେ କୃତ୍ରିମ ବୁଦ୍ଧିମତ୍ତା (Artificial Intelligence–AI) ଉପରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃତ୍ରିମ ବୁଦ୍ଧିମତ୍ତାର ବୃଦ୍ଧିଶୀଳ ଗୁରୁତ୍ୱ, ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗ ଏବଂ ଏହି କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂତନ କ୍ୟାରିୟର ସୁଯୋଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା। ଏହି ଅବସରରେ ଅତିଥି ବକ୍ତା ଦେବାଶିଷ ସାହୁ କୃତ୍ରିମ ବୁଦ୍ଧିମତ୍ତା ଉପରେ ଏକ ତଥ୍ୟଭିତ୍ତିକ ଓ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷା, ନିଯୁକ୍ତି, ଶିଳ୍ପ ଓ ଦୈନନ୍ଦିନ ଜୀବନରେ AIର ବ୍ୟବହାର ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ଛାତ୍ରଛାତ୍ରୀମାନେ ନୂତନ ପ୍ରଯୁକ୍ତି ସହିତ ନିଜକୁ ଅପଡେଟ୍ ରଖିବା ଏବଂ ଆବଶ୍ୟକ ଦକ୍ଷତା ବିକଶିତ କରିବାକୁ ସେ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ କଲେଜର ବିଭିନ୍ନ ବିଭାଗର ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ଭାଗ ନେଇଥିଲେ।
ମାଲକାନଗିରି ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


