ସମ୍ବଲପୁର:ତା-୧୫/୦୩ (ବିଏମସି ଟିଭି ଓଡ଼ିଆ)
ସନାତନପାଲି କ୍ରିକେଟ କ୍ଳବ ପକ୍ଷରୁ ସନାତନପାଲି ଠାରେ ଚାଲିଥିବା ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଚାଉଁରପୁର ଦଳ ୱିନର ଓ ବୈରାଗୀପାଲି ଦଳ ରନର୍ ଭାବେ ବିଜୟୀ ହୋଇଛନ୍ତି। ଗତ ୧୩ ତାରିଖରୁ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଦଳ ଅଂଶଗ୍ରହଣ କରିଥିଲେ। ଉଦ୍ଯାପନୀ ଉତ୍ସବରେ ଘେନୁପାଲି ସରପଞ୍ଚ ଜଗତେଶ୍ୱର ମିର୍ଦ୍ଧା, ଯୁଯୁମୁରା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, ସାମାଜିକ କର୍ମୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଓ ଗୁଣନିଧି ପ୍ରଧାନ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିରୁପାକ୍ଷ ପ୍ରଧାନ ସଂଯୋଜନା କରିଥିବା ବେଳେ ଉଦ୍ଘାଟନୀ ଉତ୍ସବରେ ସବୁଜ ସନାତନପାଲି କୃଷକ ଉତ୍ପାଦନ କମ୍ପାନୀ ଲିଃର ପରିଚାଳନା ନିର୍ଦ୍ଦେଶକ ମନବୋଧ ବାରିକ ଓ ସନ୍ତୋଷ ମହାକୁଡ଼ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। କ୍ଲବର ସମସ୍ତ ସଭ୍ୟ ସକ୍ରିୟ ଭାବେ ଏହାକୁ ପରିଚାଳନା କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧିଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବିଜୟୀ ହେଲା ଚାଉଁରପୁର ଦଳ


