କୋରାପୁଟ: ତା -୨୨/୧୨(ବିଏମସି ଟିଭି ଓଡିଆ)
ସ୍ଥାନୀୟ ପରବ ପଡିଆରେ ଅନୁଷ୍ଠିତ ହେଉଥିବା ଜାତୀୟ ସ୍ତରୀୟ ପରବ କୁ ଓଡିଶା ର ମୂଖ୍ୟ ମନ୍ତ୍ରୀ ଆଜି ଦ୍ୱତୀୟ ଥର ପାଇଁ ଆସିଥିଲେ । ସେ ପରବ କୁ ଉଦଘାଟନ କରିବା ସହ ବିଭିନ୍ନ ଷ୍ଟଲ ଠୁ ଧରି କଫିଷ୍ଟଲ ଯାଏଁ ବୁଲି ଦେଖିବା ସହ ରାଜ୍ୟ ସରକାର ଙ୍କ ର ଉନ୍ନୟନ କାଯ୍ୟକ୍ରମ ଗୁଡିକୁ ଜନସାଧାରଣ ଙ୍କ ସାମ୍ନା ରେ ଉପସ୍ଥାପିତ କରିଥିଲେ । ତତ୍ତ ସହିତ ଏହି ପରବ ଉତ୍ସବ କୁ ଉଚ୍ଚ ପ୍ରଶଂସା ବି କରିଥିଲେ । କେବଳ ସେତିକି ନୁହଁ କୋରାପୁଟ ର ପଯ୍ୟଟନ ଠୁ ଧରି କୃଷି ର ବିକାଶ ଯାଏଁ ରାଜ୍ୟ ସରକାର ଯତ୍ନବାନ ବୋଲି ସେ କହିଥିଲେ। କୋରାପୁଟ ଜିଲ୍ଲା କୁ ସେ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି ବୋଲି କହିବା ସହ ଜିଲ୍ଲା ପ୍ରଶାସନ ର ପ୍ରଶଂସା କରିବାକୁ ସେ ପଛାଇ ନ ଥିଲେ । କଳା ହଳଦୀ ଠୁ ଧରି ମିଲେଟ ଯାଏଁ ସେ ଅବତାରଣା କରିଥିଲେ । କୃଷି ଓ ଶିଳ୍ପ ର ସଂଯୋଗ କୁ ସେ ବର୍ଣ୍ଣନା କରିଥିଲେ । ପରେ କିଛି ପ୍ରକଳ୍ପ ର ଉ ଭିର୍ତ୍ତି ପ୍ରସ୍ତ କୁ ସେ ଦଘାଟନ କରିଥିଲେ । ପରେ ସେ ସାଂକୃତିକ କାଯ୍ୟକ୍ରମ କୁ ଉପଭୋଗ କରିଥିଲେ । ଆଜିର ଏହି କାଯ୍ୟକ୍ରମ ରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପଶୁ ଓ ମସ୍ଚ୍ୟ ସଂପଦ ମନ୍ତ୍ରୀ ଗକୁଳା ନନ୍ଦ ମଲିକ କୋରାପୁଟ ସଂସଦ ସପ୍ତଗିରି ଉଲକା ନବରଙ୍ଗପୁର ସଂସଦ ବଲଭଦ୍ର ମାଝୀ କୋରାପୁଟ ପଟାଙ୍ଗୀ ଲକ୍ଷ୍ମୀପୁର ବିଧାୟକ ଓ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ଉଲକା ଯୋଗଦେଇ ଥିବା ବେଳେ କୋରାପୁଟ ଜିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ ସ୍ୱାଗତ ଭାଷଣ ଦେଇଥିଲେ ।
କୋରାପୁଟ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


