ବ୍ରହ୍ମପୁର: ତା -୦୧/୦୨ (ଵିଏମସି ଟିଭି ଓଡିଆ)
ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଶୁକ୍ରବାର ଦିନ ଭୁବନେଶ୍ବରରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ସେ ତାଙ୍କ ପୁର୍ବ ପ୍ରତିଶ୍ରୁତି ଅନୁଯାୟୀ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକର ସାତୋଟି ପଞ୍ଚାୟତ ତଥା ରଙ୍ଗେଇଲୁଣ୍ଡା ବ୍ଲକର ୭ ଟି ପଞ୍ଚାୟତର ସମୁଦାୟ ୩୪ ଟି ରାଜ୍ଵସ ଗ୍ରାମକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରି ବ୍ରହ୍ମପୁର ମହାନଗର ନିଗମକୁ ବୃହତ୍ତର ତଥା ସମ୍ପୁର୍ଣ୍ଣ ମହାନଗର ନିଗମ ଗଠନ କରିବା ଦିଗରେ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ମନ୍ତ୍ରୀଙ୍କୁ ଉପଢୌକନ ଦେଇ ସମ୍ୱର୍ଦ୍ଧନା ପ୍ରଦାନ କରିବା ସହ ସାନି ବିଜ୍ଞପ୍ତି ପ୍ରକାଶ ପାଇବାର ତିରିଶ ଦିନ ଅବଧି ପୁରଣ ହେଇଯିଵା ପରୀପ୍ରେକ୍ଷୀରେ ଚୂଡ଼ାନ୍ତ ବିଜ୍ଞପ୍ତି ତୁରନ୍ତ ପ୍ରକାଶ କରି ସେଥିରେ ବାଦ୍ ପଡ଼ିଯାଇଥିବା ବଡ କୁଷସ୍ଥଳି ଓ ସାନ କୁଷସ୍ଥଳି ଗ୍ରାମକୁ ସାମିଲ କରିବାକୁ ଦାବୀ ରଖି ଅନୁରୋଧ କରିଥିଲେ । ମନ୍ତ୍ରୀ ଏ ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏଠାରେ ସୂଚନାଯୋଗ୍ୟଯେ ପଞ୍ଚାୟତର ଅନୁମୋଦନ ସ୍ୱତ୍ତେ ଡିସେମ୍ବର ୩୧ ,୨୦୨୫ ରେ ବ୍ରହ୍ମପୁର ମହାନଗରର ନିଗମରେ ଯେଉଁ ୧୪ ଟି ପାର୍ଶ୍ଵବର୍ତ୍ତୀ ପଞ୍ଚାୟତ ଓ ୩୪ ରାଜ୍ବସ୍ଵ ଗ୍ରାମକୁ ମିଶ୍ରଣ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରକାଶିତ ହୋଇଥିବା ସାନି ବିଜ୍ଞପ୍ତିରେ ବଡ କୁଷସ୍ଥଳି ପଞ୍ଚାୟତର ବଡ଼ କୁଷସ୍ଥଳି ଗ୍ରାମ ଏଵଂ ସାନ କୁଷସ୍ଥଳି ଗ୍ରାମ କୌଣସି କାରଣରୁ ବାଦ ପଡ଼ିଯାଇଥିଲା । ଅଧିକନ୍ତୁ ଯଦିଓ ରାଜ୍ୟ ସରକାର ଚଉଦଟି ପଞ୍ଚାୟତ କହିଛନ୍ତି ତଥାପି ସମସ୍ତ ପଞ୍ଚାୟତର ୩୬ ଟି ରାଜ୍ଵସ୍ଵ ଗ୍ରାମ ପରିବର୍ତ୍ତେ ୩୪ ଟି ରାଜ୍ୱସ୍ଵ ଗ୍ରାମକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ନିମନ୍ତେ ବିଧିନିଦ୍ଧିଷ୍ଟ ସମ୍ବଳିତ ସାନି ବିଜ୍ଞପ୍ତି ଜାରି କରିଛନ୍ତି । ପରନ୍ତୁ ସମୁଦାୟ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରାଯାଇଥିବାର କୁହାଯାଇଛି, କିନ୍ତୁ ବଡ କୁଷସ୍ଥଳି ପଞ୍ଚାୟତର ଚାରୋଟି ରାଜ୍ଵସ୍ୱ ଗ୍ରାମ ମଧ୍ୟରୁ କେବଳ ଦୁଇଟି ଗ୍ରାମ ଯଥା ବଡ଼ ଗୁମୁଳା ଓ ପଲ୍ଲୀ ଗୁମୁଳା ଗ୍ରାମ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ଗତ ଡିସେମ୍ବର ୩୧ ତାରିଖ ୨୦୨୫ ରେ ପ୍ରକାଶିତ ହୋଇଥିବା ନୋଟିଫିକେସନରେ ସ୍ଥାନ ପାଇଥିଲା ବେଳେ ପଞ୍ଚାୟତର ଅନ୍ୟ ଦୁଇଟି ଗ୍ରାମ ବଡ କୁଷସ୍ଥଳି ଓ ସାନ କୁଷସ୍ଥଳି ଗ୍ରାମ କୌଣସି କାରଣ ବଶତଃ କିମ୍ୱା ଭୁଲ୍ ବଶତଃ ଏହି ବିଜ୍ଞପ୍ତି ସୂଚିରୁ ବାଦ୍ ପଡି ଯାଇଛି। ଅଧିକନ୍ତୁ ପଞ୍ଚାୟତ ତରଫରୁ ଏହି ଦୁଇ ଗ୍ରାମର ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ରେଜୋଲୁସନ ଏଥିପୂର୍ବରୁ ପାରିତ କରି ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ନିକଟରେ ଦାଖଲ କରଯାଇ ସାରିଛି। ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ଏହାକୁ ବିଧିବଦ୍ଧ ଭାବେ ମିଶ୍ରଣ ସପକ୍ଷରେ ପ୍ରସ୍ତାବ ପାରିତ କରି ସୁପାରିଶ କରି ସାରିଛନ୍ତି। ସେହିପରି ଏହି ପ୍ରସ୍ତାବକୁ ଆୟୁଧ କରି ପଞ୍ଚାୟତରାଜ ବିଭାଗ ଆପତ୍ତିହୀନ ଅନୁମୋଦନ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଦେଇଥିଲେ । ସୁତରାଂ କମିଟି ତରଫର ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ଯେ ବିଭାଗ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ଆପତ୍ତି ଓ ପରାମର୍ଶ ସକାଶେ ଯେଉଁ ତିରିଶ ଦିନ ସମୟ ଦେଇଛନ୍ତି ତାହା ଆଜି ପୂରଣ ହେଇ ଯାଇଥିବାରୁ ୩୦ ଦିନ ପରେ ପ୍ରକାଶ ପାଇବାକୁ ଥିବା ଚୂଡାନ୍ତ ବିଜ୍ଞପ୍ତି ସୂଚୀରେ ସ୍ଥାନିତ ଯେଭଳି ହେଇପାରିବ ତାହାକୁ ସୁନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ । ଆଜିର ପ୍ରତିନିଧି ମଣ୍ଡଳୀରେ ସଭାପତିଙ୍କ ବ୍ୟତୀତ ଉପ ସଭାପତି ଦେବୀ ପ୍ରସାଦ ଦାସ, ସହ ସମ୍ପାଦକ ବି ଭି ସାଗର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ , କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର ଓ ଉପଦେଷ୍ଟା କାଳିନ୍ଦୀ ଚରଣ ନାୟକ ପ୍ରମୁଖ ସାମିଲ ଥିଲେ।
ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ଵିଏମସି ନ୍ୟୁଜ ଓଡ଼ିଶା।


