ବୌଦ୍ଧ: ତା-୨୦/୧୨(ବିଏମସି ଟିଭି ଓଡ଼ିଆ)
ବୌଦ୍ଧଜିଲ୍ଲା ବୌଦ୍ଧ ବ୍ଲକ ବହିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦେଇପୁର ଗ୍ରାମରେ ବଉଳ ଅମାବାସ୍ୟା ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି। ଶ୍ରୀଶ୍ରୀ ଭଗବତ ନାଟ୍ୟ ସଂସଦ ଆନୁକୂଲ୍ୟରେ ଶୁକ୍ରବାର ସାମାଜିକ ନାଟକ”ବଞ୍ଚିବାକୁ ଏଠି ଡର ଲାଗୁଛି”ମଞ୍ଚସ୍ଥ ହୋଇଯାଇଛି। ହଳଧର ଦନାୟକ ନାଟକକୁ ନିର୍ଦ୍ଦେଶନା ଦେଇଥିଲେ। ବନମାଳୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ତଥା ଯୁବ ସଂଗଠକ ସୁଶାନ୍ତ ବାଘ, ଯୁବନେତା ଶ୍ରୀତମ ଡାଙ୍ଗ, ମହେଶ ମେହେର, ମଣ୍ଟୁ ସାହୁ, ସଭାପତି କ୍ଷୀରୋଦ ବେହେରା, କୋଷାଧ୍ୟକ୍ଷ ବଳରାମ ସାହୁ, ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଘନଶ୍ୟାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସଂସଦର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।


