ବଲାଙ୍ଗୀର/ଟିଟିଲାଗଡ:ତା-୩୦/୦୧(ବିଏମସି ଟିଭି ଓଡ଼ିଆ)
ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଟାଟା ପାୱାର ବିରୋଧ ରେ ଗୁରୁତର ଅଭିଯୋଗ ହୋଇଛି। ଟିଟିଲାଗଡ ବିଦ୍ୟୁତ୍ ବିଭାଗ ସେକ୍ସନ ନମ୍ବର ୱାନ ଜେଇ ପ୍ରଶାନ୍ତ କୁମାର ଜେନା ମାତ୍ରାଧିକ ବେଆଇନ୍ ଅର୍ଥ ହଡପ କାରବାର କରି ଆସୁଥିବା ନେଇ ତଦନ୍ତ ଦାବି ହୋଇଛି ।
ସେହିପରି ଟିଟିଲାଗଡ ଏଲ୍ ଆଇ ସି କାର୍ଯ୍ୟାଳୟ କଡ଼ରେ ଜଣେ ବ୍ୟକ୍ତି ଙ୍କ ଠାରୁ ଘରୋଇ ବିଦ୍ୟୁତ ସଂଯୋଗ କୁ ବ୍ୟବସାୟିକ ସଂଯୋଗ ପ୍ରଦାନ କରି ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ବେଶ ହଟହଟା ହୋଇଥିଲେ ।
ଉକ୍ତ ମାମଲା ତାଦନ୍ତାଧିନ ଥିବା ବେଳେ ବଡ, ବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ନିକଟ ରୁ ବେଆଇନ ଭାବେ ୩୦/୪୦ କିଲୋୱାଟ ଲାଇନ୍ ପାଇଁ ଯେଉଁଠି ଟ୍ରାନସ୍ଫର୍ମର ବସେଇବା କଥା ସେଠି ବିନା ଟ୍ରାନସ୍ଫର୍ମର ବସେଇ ମୋଟା ଅଙ୍କର ଅର୍ଥ ହଡପ କରି ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା କରିଛନ୍ତି। ଏହି ଜେଇ ଶ୍ରୀ ପ୍ରଶାନ୍ତ କୁମାର୍ ଜେନା ଙ୍କ ନାମରେ ମାତ୍ରାଧିକ ଅଭିଯୋଗ ମାନ ବୃଦ୍ଧି ପାଉଥିବା ବେଳେ ଏହି ଗ୍ରିଡ ନିକଟରେ ଥିବା ସୂର୍ଯ୍ୟ ନଗର ରେ ଜଣେ ଜମି ପ୍ଲଟିଙ୍ଗ ବ୍ୟବସାୟ କାର୍ଯ୍ୟ ଚଳାଇଥିବା ବ୍ୟକ୍ତି ଙ୍କ ସହ ମିଶି ବେଆଇନ୍ ଭାବେ ଟାଟା ପାୱାର ତରଫ ରୁ ବେଆଇନ ଭାବେ ମୋଟା କେବୁଲ ସହ ବିଦ୍ୟୁତ ସଂଯୋଗ ପ୍ରଦାନ କରି ଜମି ଜାଲିଆତି କରି ଆସୁଥିବା ଜଣାଯାଇଛି । ସେ ମୋ ନାରେ ଯାହା କୁ ଅଭିଯୋଗ କର ଏସ ଡି ଓ, ସି ଇ,ଇ,ଏସ ଇ ବଲାଙ୍ଗୀର ମୋ ଠାରୁ ସମସ୍ତେ ଭାଗ ଟଙ୍କା ନିଅନ୍ତି ମୋର କେହି କିଛି କରି ପାରିବେନି ବୋଲି ପ୍ରକାଶ କରନ୍ତି, ବେଆଇନ୍ କାର୍ଯ୍ୟ କଳାପ ରେ ଲିପ୍ତ ରହୁଥିବା ବେଳେ ମାସ ରେ ୧୨/୧୩ ଦିନ ଉପସ୍ଥିତ ରହି ରାଉଲକେଲା ଚାଲି ଯିବା, ଆସିବା ଚଲେଇ ଥାଆନ୍ତି । ଯାହା ତାଙ୍କ ସରକାରୀ ଦସ୍ତାବିଜ ରେ ସ୍ପଷ୍ଟ ରହିଛି ।
ସେହିପରି ଟ୍ରିପଲ ଫେସ୍ ବିଦ୍ୟୁତ୍ ସଂଯୋଗ ପାଇଁ ଅନେକ ପ୍ରତିଷ୍ଠାନ ଓ ବ୍ୟକ୍ତି ବିଶେଷ ଙ୍କ ଉତ୍କୋଚ ତ୍ ଟଙ୍କା ମାଗି ଦେଇ ନ ପାରିବାରୁ ସଂଯୋଗ ନ କରିବା ସ୍ଥାନୀୟ ନାଗରିକ କମିଟି ପକ୍ଷରୁ ଅଭିଯୋଗ ହୋଇଛି ।
ଏହି କର୍ମଚାରୀ ଙ୍କ ଯୋଗୁଁ ଟାଟା ପାୱାର ପ୍ରକଳ୍ପ ବଦନାମ ହୋଇ ଆସୁଥିବା ବେଳେ ସବିଶେଷ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବୀ ହୋଇଛି ।
ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ରୁ ସନ୍ତୋଷ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


