ଢେ଼ଙ୍କାନାଳ/କଳିକା ପ୍ରାସାଦ: ତା-୦୯/୦୨(ବିଏମସି ଟିଭି ଓଡ଼ିଆ)
କାଳିକା ପ୍ରସାଦ ସରକାରୀ ଜନତା ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ନାମ ରେ ଗ୍ରାମବାସୀ ମାନେ ଆଣିଲେ ଅଭିଯୋଗ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସବିତା ମହାପାତ୍ର ଅଭିଯୋଗ କୁ କରିଛନ୍ତି ଖଣ୍ଡନ,ଗ୍ରାମବାସୀ ମାନେ ପ୍ରତିଶୋଧ ପରାୟଣ ହୋଇ ବଦନାମ କରିବାକୁ କରିଛନ୍ତି କୁଟଚକ୍ରାନ୍ତ। ସ୍କୁଲ ପରିସରରେ ଛାତ୍ର ମାନଙ୍କ ସହିତ ଜନୈକ ଅଧସ୍ତନ କର୍ମଚାରୀ ଙ୍କର ଅନୈତିକ କାର୍ଯ୍ୟକଳାପ କୁ ପ୍ରଧାନ ଶିକ୍ଷୟିତ୍ରୀ ବାରଣ କରିବାରୁ ଅଧସ୍ତନ କର୍ମଚାରୀ ଗ୍ରାମବାସୀ ଙ୍କୁ ମେଳି କରି ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବିରୋଧ ରେ ଜିଲ୍ଲାପାଳ ଙ୍କ ପାଖରେ ଦେଇଛନ୍ତି ଫେରାଦ।
ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ କାଳୀକା ପ୍ରସାଦ ଗ୍ରାମରେ ଥିବା ସରକାରୀ ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡିବ ବୋଲି ଅଭିଭାବକମାନେ ଦେଲେ ଚେତାବନୀ। ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟରେ ୬ଷ୍ଠ,୭ମ ଓ ୮ମ ଶ୍ରେଣୀରେ ୯୫ ଜଣ ଛାତ୍ରଛାତ୍ରୀଙ୍କୁ ୪ ଜଣ ଶିକ୍ଷକ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସିଆରସି ଯିଏ କି ସବୁବେଳେ ସରକାରୀ କାମରେ ବ୍ୟସ୍ତ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାମରେ ଗ୍ରାମବାସୀମାନେ ସଙ୍ଗିନ ଅଭିଯୋଗ ଆଣିବା ପୂର୍ବକ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନୀ ତଥା ମନମୁଖୀ କାର୍ଯ୍ୟ ଯୋଗୁଁ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଯଦି ଛାତ୍ରଛାତ୍ରୀ କିମ୍ବା ଅଭିଭାବକ କେହି ଅଭିଯୋଗ କରନ୍ତି ସେମାନଙ୍କୁ ଧମକ ଦିଆଯାଏ ଵୋଲି ଯାହା ଗ୍ରାମ ବାସୀ ମାନେ କୁହନ୍ତି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରିବା ପାଇଁ ଗ୍ରାମବାସୀମାନେ ଦାବି କରିଵା ସହିତ ଏହାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି ହୋଇଥିଵା ବେଳେ ଯଦି ଏଥିପ୍ରତି ଦୃଷ୍ଟି ଦିଆ ନ ଯାଏ ତେବେ ଆଗାମୀ ଦିନର ଗ୍ରାମବାସୀମାନେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ତେବେ ଗ୍ରାମବାସୀ ମାନଙ୍କର ଏତାଦୃଶ କାର୍ଯ କଳାପ କୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସବିତା ମହାପାତ୍ର ନିନ୍ଦା କରିବା ସହିତ ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି।

ଶ୍ରୀ ମତି ମହାପାତ୍ର ଙ୍କ କହିବା ଅନୁଯାୟୀ ଜନୈକ ଅଧସ୍ତନ କର୍ମଚାରୀ ନାମ ସଞ୍ଜୟ କୁମାର ଜେନା ସ୍କୁଲ ପରିସର ଭିତରେ ଅଷ୍ଟମ ଶ୍ରେଣୀ ର ଛାତ୍ର ମାନଙ୍କୁ ନେଇ ମଦ ମାଂସ ର ଆସର ଜମାଇବା ବେଳେ ନଜର କୁ ଆସିବାରୁ ସେ ବାରଣ କରି ଥିଲେ।ତେବେ ଏହି ବାରଣକୁ ନେଇ ପ୍ରତିଶୋଧ ପରାୟଣ ପୂର୍ବକ ଗ୍ରାମବାସୀ ତଥା ପିଲା ମାନଙ୍କୁ ମେଳି କରି ପିଲା ମାନଙ୍କ ଭବିଷ୍ୟତ ସହିତ ଖେଳିଵା ଭଳି କାର୍ଯ୍ୟ ଯେପରି ସ୍କୁଲ ବନ୍ଦ କରିବା ,ଆନ୍ଦୋଳନ କରିବା ଭଳି ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରୁଛି।ଶ୍ରୀମତି ମହାପାତ୍ର ସ୍କୂଲ ପ୍ରତି ନିଜର ଦାୟିତ୍ୱ ଠିକ୍ ଭାବରେ ନିର୍ବାହ କରୁଥିବା ବେଳେ ପୂର୍ବ ରୁ କୌଣସି ଅଭିଯୋଗ ନଥିବା ବେଳେ ଅଧସ୍ତନ କର୍ମଚାରୀ ସଞ୍ଜୟ ଜେନା ଙ୍କ ପ୍ରରୋଚନାରେ ଗ୍ରାମବାସୀ ତଥା ଛାତ୍ରଛାତ୍ରୀ ମାନଙ୍କ ର ଏଭଳି ପଦକ୍ଷେପ କୁ ଦୃଢ ନିନ୍ଦା କରିବା ସହିତ ଅଧସ୍ତନ କର୍ମଚାରୀ ସଞ୍ଜୟ କୁମାର ଜେନା ଙ୍କ ନାମରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାପୁର ଥାନା ରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା କିଏ ସତ କିଏ ମିଛ ଯାହାକି ନିହାତି ତଦନ୍ତ ପରିସର ଭୁକ୍ତ ହେବା ଆବଶ୍ୟକ।ପ୍ରଶାସନ ସ୍ତରରେ ଏତାଦୃଶ ବିବାଦ କୁ ଯଥାଶୀଘ୍ର ସମାଧାନ ପୂର୍ବକ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲେ ଛାତ୍ର ଛାତ୍ରୀ ମାନଙ୍କ ର ପାଠ ପଢ଼ା ରେ ବ୍ୟାଘାତ ସୃଷ୍ଟି ହେବ ନାହିଁ ବୋଲି ଆଶା କରାଯାଇ ପାରେ।
ଢେ଼ଙ୍କାନାଳ ଜିଲ୍ଲା ଓଡାପଡ଼ା ରୁ ବିଭୁପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


