ବାଲିମେଳା: ତା -୧୦/୦୩(ବିଏମସି ଟିଭି ଓଡ଼ିଆ)
ମାନ୍ୟବର କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସ ମଙ୍ଗଳବାର କୁଡୁମୁଲୁଗୁମ୍ମାରେ ରହୁଥିବା ଧନଞ୍ଜୟ ଟୀକାଦାର ନାମକ ବ୍ୟକ୍ତିଙ୍କୁ ତାଙ୍କ ଘରୁ ଆଜି ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି। ତେବେ ଏନେଇ ଓର୍କେଲ ପୋଲିସ ପକ୍ଷରୁ ମଲିଥିବା ସୂଚନା ଅନୁଯାୟୀ,କୁଡୁମୁଲୁଗୁମ୍ମା ଅଞ୍ଚଳରେ ରହୁଥିବା ଧନଞ୍ଜୟ ଟୀକାଦାର-(୪୬) ଗତ ୨୦୧୪ ମସିହାରେ ସେ ଏକ ଠକେଇ ମାମଲାରେ ସମ୍ପୃକ୍ତ ଥିବାରୁ କାଲିମେଳା ପୋଲିସ ତାଙ୍କୁ ଗିରଫ କରିଥଲା। ଏ ନେଇ ପୋଲିସ ପକ୍ଷରୁ ଥାନାରେ ଗତ ୨୦୧୪ମସିହା ଅକ୍ଟୋବର ୨ ତାରିଖରେ କେସ ନମ୍ବର -୬୩/୨୦୧୪ରେ ଦଫା -୪୧୯/୪୨୦/୩୮୪/୧୨୦(ବି )/୩୪ ଆଇପିସିରେ ଧନଞ୍ଜୟଙ୍କ ବିରୁଦ୍ଧରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଧନୁଞ୍ଜୟକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।ଘଟଣାର ପ୍ରାୟ କିଛି ଦିନ ପରେ ଧନଞ୍ଜୟ ଜମାନତରେ ଘରକୁ ଆସିଥିଲେ। ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି। କିନ୍ତୁ ଧାର୍ଯ୍ୟ ତାରିଖରେ କୋର୍ଟରେ ହଜାର ହେବାପାଇଁ ମାନ୍ୟବର ଅଦାଲତଙ୍କ ପକ୍ଷରୁ ଧନଞ୍ଜୟଙ୍କ ପାଖକୁ ବାରମ୍ବାର ନୋଟିସ ପଠା ଯାଉଥିଲେ ମଧ୍ୟ ଧନଞ୍ଜୟ କୋର୍ଟଙ୍କ ନିର୍ଦ୍ଧେଶକୁ ଅବମାନନା କରି ଆଦୌ କୋର୍ଟରେ ହାଜର ହେଉନଥିଲେ। ଶେଷରେ ମାନ୍ୟବର କୋର୍ଟ ଧନଞ୍ଜୟଙ୍କ ନାମରେ ଜାମିନ ବିହୀନ ପରୱାନା ଜାରୀ କରିଥିଲେ। କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ମଙ୍ଗଳବାର ଧନଞ୍ଜୟକୁ ପୋଲିସ ତାଙ୍କ ଘରୁ ଗିରଫ କରି ଆଣିବା ପରେ କୋର୍ଟ ଚାଲାଣ କରାଯାଇଥିବା ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


