ସମ୍ବଲପୁର:ତା.୦୬/୦୮ (ବିଏମସି ଟିଭି ଓଡିଆ)
କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲା ପରେ ଆସନ୍ତା ଦୁଇ ଦିନ ଧରି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ସମ୍ବଲପୁର ଗସ୍ତ ରହିଛି। ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ସୂଚନା ମୁତାବକ ମାନ୍ୟବର ସାଂସଦ ୮ ତାରିଖ ସକାଳେ ରେଢ଼ାଖୋଲରେ ପ୍ରଥମେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ରେଢ଼ାଖୋଲରେ ଆରମ୍ଭ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍ର ଶୁଭାରମ୍ଭ ଓ ସ୍ଥାୟୀ କ୍ୟାମ୍ପସ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ଅପରାହ୍ନରେ ସମଲେଶ୍ଵରୀ ମନ୍ଦିରରେ ଈଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ଦର୍ଶନ କରିବେ। ପରେ ଗଙ୍ଗାଧର ମେହେର ଏକକ ବିଶ୍ବିବିଦ୍ୟାଳୟରେ ହେବାକୁ ଥିବା “ମାଟି-ର୍-ମହକ୍” କର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିରେ ପଶ୍ଚିମ ଓଡ଼ିଶାର ସମସ୍ତ ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି ଵିଶେଷଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ୯ ତାରିଖ ସକାଳେ ସମ୍ବଲପୁରରେ ହେବାକୁ ଥିବା ତ୍ରୀରଙ୍ଗା ପଦଯାତ୍ରା ରେ ସାମିଲ ହେବେ। ଏହି ତ୍ରୀରଙ୍ଗା ପଦଯାତ୍ରା ରିଜର୍ଭ ପୋଲିସ ଲାଇନ ପଡ଼ିଆରୁ ଆରମ୍ଭ ହୋଇ ଲକ୍ଷ୍ମୀ ଟକିଜ୍ ଛକ, ଗୋଲ୍ ବଜାର ଛକ, ଶକ୍ତି ଛକ, ପୁରୁଣା ମ୍ୟୁନସିପାଲିଟି ଛକ ଦେଇ ସହିଦ୍ ଛକରେ ପହଞ୍ଚିବ। ସହିଦ୍ ଛକରେ ଥିବା ସହିଦ୍ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲା ପରେ ପଦଯାତ୍ରା ଜେଲ୍ ଛକକୁ ଯିବ। ସେଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବ। ଏହି ସବୁ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ସମ୍ବଲପୁରବାସୀ ସାମିଲ୍ ହୁଅନ୍ତୁ ବୋଲି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଓ ଜିଲ୍ଲା ସାଧାରଣ ସମ୍ପାଦକ ସମିର ରଞ୍ଜନ ବାବୁ ଅନୁରୋଧ କରିଛନ୍ତି।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


