ଢ଼େଙ୍କାନାଳ/ହିନ୍ଦୋଳ:ତା-୨୦/୦୨(ବିଏମସି ଟିଭି ଓଡ଼ିଆ)
ଆଜି ଦିନ ସକାଳ ୯ଘଟିକା ରୁ ୨ଘଟିକା ପର୍ଯ୍ୟନ୍ତ DADA ଆୟୋଜିତ ସ୍ପର୍ଶ ହସ୍ପିଟାଲ ର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ହିନ୍ଦୋଳ ବ୍ଳକ୍ ଵୁହାଳିପାଳ ପଞ୍ଚାୟତ ବାଙ୍କଟିଆ ଗ୍ରାମ ରେ ଥିବା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଗଣେଶ୍ବର କ୍ଲବ୍ ପରିସର ରେ ଅନୁଷ୍ଠିତ ହୋଇଯାଇଛି।ଆଞ୍ଚଳିକ ସ୍ତରରେ ଆଖପାଖ ଅଞ୍ଚଳରୁ ଶତାଧିକ ଆବାଳବୃଦ୍ଧବନିତା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ନେଇ ଭିନ୍ନ ଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ସମସ୍ତେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଡାକ୍ତର ଙ୍କ ସହିତ ପରାମର୍ଶ ଓ ଦରକାର ମୁତାବକ ରକ୍ତ ପରୀକ୍ଷା,ଇସିଜି,ରକ୍ତ ଚାପ ପରୀକ୍ଷା ଓ ଔଷଧ ପ୍ରାପ୍ତ କରିଥିଲେ। DADA ର ସଭାପତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଆଇଚ,କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଧନେଶ୍ଵର ସାହୁ,ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର,ଅତିରିକ୍ତ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମ୍ବୁଜ କୁମାର ଶତପଥୀ,ସ୍ପର୍ଶ ହସ୍ପିଟାଲ ର ଅଭିଜ୍ଞ ଡାକ୍ତର ଗଣ ଯଥା ଭେଷଜ ବିଭାଗ ଡ଼ାକ୍ତର ଡକ୍ଟର ସୁନିଲ୍ ମାଧବ ପଣ୍ଡା,ଡକ୍ଟର ସୋନାଲି ଦେବସ୍ମିତା, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ଼ାକ୍ତର ସ୍ବାତି ସୁଚରିତା ସାହୁ, ଅସ୍ଥି ଓ ଶଲ୍ୟ ବିଭାଗ ଡ଼ାକ୍ତର ଶ୍ବେତାଲିନା ପରିଜା,ଚକ୍ଷୁ ବିଭାଗ ଡ଼ାକ୍ତର ସନ୍ତୋଷ କୁମାର ମନ୍ତ୍ରୀ,ଦନ୍ତ ବିଭାଗ ଡ଼ାକ୍ତର ପ୍ରିୟଙ୍କା ସାଇନି ଓ ସ୍ପର୍ଶ ହସ୍ପିଟାଲ ର ସଂଯୋଜକ ଶ୍ରୀଯୁକ୍ତ ଅମର ଶତପଥୀ, ଶ୍ରୀଯୁକ୍ତ ସୁନିଲ୍ ନାଥ, ସହକାରୀ ସ୍ବାସ୍ଥ୍ୟ କର୍ମୀ ତଥା ଗଣେଶ୍ବର କ୍ଲଵର ସଭାପତି ଶ୍ରୀଯୁକ୍ତ ଶ୍ରୀନିବାସ ମିଶ୍ର, ସମ୍ପାଦକ ରାଜେନ୍ଦ୍ର ମିଶ୍ର ଓ ସମସ୍ତ ସଦସ୍ୟ, ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ରତିକାନ୍ତ ଗଡ଼ନାୟକ ଓ ଆଞ୍ଚଳିକ ସ୍ତର ରେ ଜନ ମଙ୍ଗଳ ରାସୋଳ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କ ର ମିଳିତ ସହଯୋଗ ରେ ସଫଳତା ର ସହିତ ସ୍ବାସ୍ଥ୍ୟ ଶିବିର ସମ୍ପାଦିତ ହୋଇଥିବା ବେଳେ ଶତାଧିକ ଜନତା ଉପକୃତ ହୋଇଛନ୍ତି।ଏତାଦୃଶ ପ୍ରୟାସ କୁ ଅଞ୍ଚଳ ବାସୀ ସ୍ବାଗତ କରିବା ସହିତ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ପ୍ରଦାନ କରିଛନ୍ତି।
ହିନ୍ଦୋଳ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


