ରଣପୁର ; ତା-୦୧/୦୧/୨୦୨୬ ( ବିଏମସି ଟିଭି ଓଡ଼ିଆ )
ଗାୟତ୍ରୀ ଫାଉଣ୍ଡେସନ ଓ କୁଳାସର ଆଞ୍ଚଳିକ ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ ତଥା ସମାଜସେବୀ ସାମ୍ବାଦିକ ଵିନୋଦ କୁମାର ସାହୁଙ୍କ ଉଦ୍ୟମରେ, ନୁଆ ବର୍ଷ ଉପଲକ୍ଷେ ଗୁରୁବାର ଦିନ ରଣପୁର ବ୍ଲକ ଅନ୍ତର୍ଗତ କୁଳାସର ଗ୍ରାମ ପଞ୍ଚାୟତର ଚଣ୍ଡୀ ଛକଠାରେ ଅସହାୟ ଗରିବ, ବୃଦ୍ଧା, ବୃଦ୍ଧ ଓ ଭିନ୍ନକ୍ଷମ ଲୋକମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥାପି ଗାୟତ୍ରୀ ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ନାୟକ, ସମ୍ମାନିତ ଅତିଥି ଭାବେ କୁଳାସର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲଳିତ ବାହିନୀପତି, ସମାଜସେବୀ ଶେଖ ଇଦ୍ରୀସ, ହୃଦାନନ୍ଦ ସାହୁ, କୃଷ୍ଣ ଚନ୍ଦ୍ର କର ପ୍ରମୁଖ ଯୋଗ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ । ସମାଜସେବୀ ତ୍ରିନାଥ ବିଶ୍ୱାଳ, ଲିଙ୍ଗରାଜ ପ୍ରଧାନ, ଅଜୟ କୁମାର ବାରିକ, ନିଶିକାନ୍ତ ମହାରଣା, ଜବାରୁଦ୍ଧିନ ଖାଁ, ପଦ୍ମିନୀ ସାହୁ, ହୃଦାନନ୍ଦ ସାହୁ, ଶେଖ କାସିମ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆର୍ଥିକ ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ ।

ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କୁଳାସର ଗ୍ରାମପଞ୍ଚାୟତର ଅରଖପଲ୍ଲୀ, ନୀଳପଲ୍ଲୀ, ବେଣୁଧରପୁର, କେଶିଆପଲ୍ଲୀ ଓ କୁଳାସର ଗ୍ରାମର ୧୦୦ରୁ ଉର୍ଦ୍ଧ ଲୋକମାନଙ୍କୁ ମାଗଣାରେ କମ୍ବଳ ବଣ୍ଟନ ହୋଇଥିଲା । ଆଗାମୀ ଦିନରେ କୁଳାସର ଗ୍ରାମପଞ୍ଚାୟତର ୫ଟି ରାଜସ୍ବ ଗ୍ରାମ ଗୁଡିକରେ ବସବାସ କରୁଥିବା ଗରିବ,ଖଟିଖିଆ, ଦିନମଜୁରିଆ, ଅସହାୟ,ଭିନ୍ନକ୍ଷମ ଲୋକମାନଙ୍କୁ ତୃଣ ମୂଳସ୍ତରରୁ ଚିହ୍ନଟ କରାଯାଇ ସମସ୍ତ ମୌଳିକ ସୁବିଧା ଓ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ ଓ ସମାଜସେବୀ ତଥା ସାମ୍ବାଦିକ ଵିନୋଦ କୁମାର ସାହୁ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଏହି ମାଗଣା କମ୍ବଳ ବଣ୍ଟନ କାର୍ଯ୍ୟକ୍ରମକୁ କୁଳାସର ଆଞ୍ଚଳିକ ବିକାଶ ପରିଷଦର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏଭଳି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ରଣପୁର ବ୍ଲକ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ, ଶିକ୍ଷାବିତ, ସମାଜସେବୀ, ରାଜନୀତିଜ୍ଞ ଓ ସାମ୍ବାଦିକମାନେ ପ୍ରମୁଖ ଉଚ୍ଚ ପ୍ରସଂଶା କରି ଅଛନ୍ତି ।

ବିଏମସି ନ୍ୟୁଜ୍ ଓଡ଼ିଶା ।


