ସମ୍ବଲପୁର/କୁଚିଣ୍ଡା:ତା:୨୧/୧୨ (ବିଏମସି ଟିଭି ଓଡିଆ)
ଓଡ଼ିଶାର ଏକ ଅଗ୍ରଣୀ ଶିଶୁ ସମ୍ବାଦପତ୍ର ଶିଶୁ ସମାଜ ପକ୍ଷରୁ କୁଚିଣ୍ଡା ସ୍ଥିତ ଶ୍ରମିକ ଭବନରେ ସମ୍ବଲପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଶତାଧିକ ଶିଶୁ ପ୍ରତିଭାଙ୍କ ସହ ସେମାନଙ୍କ ପିତାମାତା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ପତ୍ରିକାର ନିର୍ଦ୍ଦେଶକ ଶରତ ଚନ୍ଦ୍ର ରଣବିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ କୁଚିଣ୍ଡା ଉପଜିଲ୍ଲାପାଳ ମୁଖ୍ୟ ଅତିଥି , ରଙ୍ଗବତୀ ଗୀତର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ମୁଖ୍ୟବକ୍ତା, ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ଓ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ସୁଶୀଲ କୁମାର କର , କ୍ରୀଷ୍ଣା କୁମାର ଦେଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜିଲ୍ଲାର ବିଭିନ୍ନ ଅଂଚଳରୁ ଚୟନ ହୋଇ ଆସିଥିବା ବିଭିନ୍ନ ପ୍ରତିଭାଙ୍କୁ କଳିଙ୍ଗ ବିଦ୍ୟା ରତ୍ନ ସମ୍ମାନ ସହ ଅନ୍ୟାନ୍ୟ ପ୍ରତିଭା ସମ୍ମାନରେ ସମ୍ମାନିତ କରିଥିଲେ। ସେମାନେ ତାଙ୍କ ଭାଷଣରେ ମା ,ମାଟି ଓ ମାତୃଭାଷାକୁ ଭଲ ପାଇବା ପାଇଁ ଆହ୍ବାନ ଦେଇଥିଲେ । ଅତିଥିଗଣ ବିଭିନ୍ନ ଉଦାହରଣ ଦେଇ ଶିଶୁ ସମାଜ ଆଗାମୀ ସମୟରେ ସୁନାଗରିକ ହୋଇ ଦେଶ ଗଢ଼ିବାକୁ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ପତ୍ରିକାର ପ୍ରତିଷ୍ଠାତା ଲିଙ୍ଗରାଜ ମହାନ୍ତି ସ୍ଵାଗତ ଭାଷଣ ଓ ଅତିଥି ପରିଚୟ କରିଥିବା ବେଳେ ସମ୍ପାଦିକା ବନିତା ପଧାନ ପ୍ରତିଭା ବିକାଶ ଅଭିଯାନର ବିବରଣୀ ପ୍ରଦାନ କରିଥିଲେ । ଶେଷରେ ରାମଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
ଶିଶୁ ସମାଜ ପତ୍ରିକା ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ, ବିଭିନ୍ନ ସମ୍ମାନ ପ୍ରଦାନ


