ସମ୍ବଲପୁର ; ତା.୧୯/୦୪ (ବିଏମସି ଟିଭି ଓଡିଆ)
ଡ.ଭୀମରାଓ ଆମ୍ବେଦକର ବାସ୍ତବରେ ମାନବୀୟ ସମ୍ବେଦନା, ସମାନତା ଏବଂ ସାମାଜିକ ନ୍ୟାୟର ପ୍ରତୀକ ଥିଲେ। ତାଂକ ଜୀବନ ଏବଂ ବିଚାର ବିଶେଷ ଭାବରେ ମହିଳା, ଦଳିତ ଏବଂ ଶୋଷିତ ବର୍ଗର ଲୋକଂକ ପାଇଁ ସମର୍ପିତ ଥିଲା। ତେଣୁ ତାଂକ ବିଚାରଧାରାରେ ଉଦ୍ବୁଦ୍ଧ ହୋଇ ଆମେ ପ୍ରତ୍ୟେକ ନାଗରିକଂକ ପ୍ରତି ମାନବୀୟ ସମ୍ବେଦନା ପ୍ରଦର୍ଶନ କରିବା ତାଂକ ପାଇଁ ପ୍ରକୃତ ଶ୍ରଦ୍ଧାଂଜଳି ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଡ. ବିଆର ଆମ୍ବେଦକର ସୋସିଆଲ ୱେଲଫେଆର ଫେଡେରେସନ, ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଘ, ଅଲ୍ ଓଡ଼ିଶା ଆଦିବାସୀ ସାଂସ୍କୃତିକ ସଂଘ ଏବଂ ୱେସ୍କୋ ୟୁଟିଲିଟି ଏସ୍ସି ଏସ୍ଟି ଏମ୍ପ୍ଲଇଜ୍ ୱେଲଫେଆର ଏସୋସିଏସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଭାରତର ସମ୍ବିଧାନର ମୁଖ୍ଯ ସ୍ଥପତି ଡ. ଆମ୍ବେଦକରଂକର ୧୩୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।

ଫେଡରେସନର ସଭାପତି ଇଂ ଦ୍ବିତୀୟା ଗର୍ଡିଆଂକ ସଭାପତିତ୍ୱରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ବରିଷ୍ଠ ଓଏଏସ ଅଧିକାରୀ ଡ. ଗୁଣମଣି ସୁନାନୀ ମୁଖ୍ଯ ଅତିଥି, ଅଧୀକ୍ଷଣ ଯନ୍ତ୍ରୀ ଇଂ ବୀରେନ୍ଦ୍ର କୁମାର ଜଗତ, ମୁଖ୍ୟବକ୍ତା, ୱେସ୍କୋ ୟୁଟିଲିଟି ସଂଘର ସଭାପତି ଜୟଦେବ ମିଂଜ, ମହିଳା ସଂଘର ସଭାପତି ଅନୁପମା ନାଗ ଏବଂ ଭୀମ ଆର୍ମୀର ସଭାପତି ଲଂକେଶ ରାବଣ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ଫେଡରେସନର ସମ୍ପାଦକ କ୍ଷେତ୍ରମଣି ବିଭାର ସ୍ବାଗତ ଭାଷଣ ସହ ସଭା କାର୍ଯ୍ଯ ପରିଚାଳନା କରିଥିବା ବେଳେ ମହିଳା ସଂଘର ସହ ସମ୍ପାଦକ ରଂଜୁ ଭୋସାଗର ଅତିଥି ସ୍ବାଗତ ଏବଂ ପରିଚୟ ପ୍ରଦାନ କରିଥିଲେ। ସିବିଏସଇ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ମଦନାବତୀ ପବ୍ଲିକ ସ୍କୁଲର ଟପ୍ପର ତଥା ରାଜ୍ୟ ଏବଂ ଦେଶରେ ତୃତୀୟ ସ୍ଥାନ ଲାଭ କରିଥିବା ପ୍ରତିଭାବାନ ଛାତ୍ର ଦିବ୍ଯରଂଜନ ମନ୍ଦୋଦରୀଂକୁ ସମ୍ବର୍ଦ୍ଧିତ କରାଯାଇଥିଲା।

ତତ୍ସହିତ ଆମ୍ବେଦକରଂକ ଜୀବନୀ ଏବଂ ଅବଦାନ ଆଧାରୀତ ତର୍କ, ସାଧାରଣ ଜ୍ଞାନ ଏବଂ ପ୍ରବନ୍ଧ ଲେଖନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ନଅ ଜଣ ଛାତ୍ରୀଂକୁ ନଗଦ ପୁରସ୍କାର ସହ ପ୍ରଶସ୍ତି ପତ୍ର ଏବଂ ବାବା ସାହେବଂକ ଜୀବନୀ ପୁସ୍ତକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବରୁଣ ସୁନା ଏବଂ ମୋନାଲିସା ମହାନନ୍ଦଂକ ସଂଯୋଜନାରେ ଗୀତାଂଜଳି ପୋଢ଼, ରମେଶ ସୁନା, ପୁଷ୍ପରାଜ ସୁନା, ବୀଣା ବାଗ ସଂଗୀତ ପରିବେଷଣ କରିଥିଲେ। ଘନଶ୍ୟାମ ମନ୍ଦୋଦରୀ, ପାରସ ହରିପାଲ, ଅମୀର ମହାନନ୍ଦ, ଦେବାଶୀଷ ବାଗ, କ୍ରିଷ୍ଣା ସିକନ୍ଦର ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗୀତା କରିଥିଲେ। ରାଜେଶ କୁମ୍ଭାର, ଜଗମୋହନ ନାଗ, ରିତେଶ ନାଗ, ଗଣେଶ ହରିପାଲ, ପଂଚମଲାଲ ତାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ମହିଳା ସଂଘର ସହ-ସମ୍ପାଦକ ବନୀତା ବାଗ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣା ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା।


