କିଶୋର ନଗର ; ତା-୨୪/୦୪ ( ବିଏମସି ଟିଭି ଓଡ଼ିଆ)

ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ଓଭର ବ୍ରିଜ ଠାରେ କମିଟି ପକ୍ଷରୁ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଜଳ ସେବା କେନ୍ଦ୍ର ଅନୁଷ୍ଠିତ ହୋଇଛି । ଜଳ ସେବା କେନ୍ଦ୍ର କୁ ବଇଣ୍ଡା ଫାଣ୍ଡି ଅଧିକାରୀ ତପନ କୁମାର ରାଏ ଓ ବି କେ ବିନୋଦିନୀ ଙ୍କ ଦ୍ଵାରା ଫିତା କାଟି ଉଦ୍ଘାଟନ କରିଥିଲେ।


ପ୍ରଥମେ ଦହି ସରବତ ପାଣି ସମସ୍ତଙ୍କୁ ଦିଆଯାଇ ଥିଲା। ଚିଳିତ ବର୍ଷ ବହୁ ମାତ୍ରାରେ ଖରା ହେଉ ଥିବାରୁ ଦୁଇ ମାସ ଧରି ଥଣ୍ଡା ପାନୀୟ ଜଳ ସେବା କାର୍ଯ୍ୟ ଚାଲୁ ରହିବ। ଜଳ ସେବା କେନ୍ଦ୍ର ଦ୍ବାରା ବହୁ ଲୋକ ମାନେ ଯିବା ଆସିବା କରୁଥିବା ଲୋକ ମାନେ ପାଣି ପିଇ ପାରିବେ।

ଅସହାୟ ସହାୟତା କମିଟି ପ୍ରତି ବର୍ଷ ଦୁଇ ମାସ ଧରି ଜଳ ଯୋଗାଣ ସେବା କାର୍ଯ୍ୟ କ୍ରମ କରି ଆସୁଛି । କମିଟି ର ସଦସ୍ୟ ମାନଂକ ସାହାର୍ଯ୍ୟ ସହଯୋଗ କରୁଥିବାରୁ ଜଳ ସେବା କାର୍ଯ୍ୟ କ୍ରମ ଚାଲୁ ରହିଛି।

ଅସହାୟ ସହାୟତା କମିଟି ପକ୍ଷରୁ ମଧ୍ୟ ଆଉ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁ ଖାଇ ଭେଟ ଭାଟ ପର୍ଵ ମଧ୍ୟ ପାଳି ଆସୁଛି।

ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ରୁ ଦିପକ କୁମାର ସାହୁ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।



