ବୋଲଗଡ଼ ; ତା-୦୨/୦୧ ( ବିଏମସି ନ୍ୟୁଜ୍ ଓଡ଼ିଶା )
ମାନବ ସେବା ହିଁ ମାଧବ ସେବା ଉକ୍ତିକୁ ପାଥେୟ କରି ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ସରକାରୀ କଳାଙ୍ଗ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ତଥା ବରିଷ୍ଠ ଶଲ୍ୟ ଚିକିତ୍ସା ବିଶେଷଞ ଡାକ୍ତର ଶରତ ଚନ୍ଦ୍ର ଜୟସିଂହ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଖଟିଖିଆ, ଦିନ ମଜୁରିଆ ,ଗରିବ ଓ ଅସହାୟ ରୋଗୀ ମାନଙ୍କୁ ସ୍ନେହ ମମତା ଦେଇ ସଦାସର୍ବଦା ମାଗଣାରେ ଉତ୍ତମ ସ୍ବାସ୍ଥ୍ଯ ସେବା ଯୋଗାଇ ଦେଉଅଛନ୍ତି। ତେଣୁ ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ରାଜନୀତିଞ, ସାମାଜିକ କର୍ମୀ ଓ ସାମ୍ବାଦିକ ପ୍ରମୁଖ ପରୋପକାରୀ ତଥା ସ୍ନେହୀ ଡାକ୍ତର ଶରତ ଚନ୍ଦ୍ର ଜୟସିଂହଙ୍କୁ ଜନକଲ୍ୟାଣ କାଯ୍ୟକ୍ରମ ପାଇଁ ଉଚ୍ଚ ପ୍ରଶଂସା କରି ଅଛନ୍ତି। ବୋଲଗଡ଼ ମହୋସ୍ଚବ କମିଟି ତରଫରୁ ଡାକ୍ତର ଶ୍ରୀ ଜୟସିଂହଙ୍କୁ ମୁଖ୍ଯଅତିଥି ପ୍ରୁଥ୍ବୀ ବଲ୍ଲଭ ପଟ୍ଟନାୟକ ଓ ରାଜ୍ଯ ପ୍ରଦେଶ କଂଗ୍ରେସ କମିଟିର ମହିଳାମୋର୍ଚ୍ଚା ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଉତ୍ତରୀୟ, ମାନପତ୍ର, ଟ୍ରଫି ଓ ପୁଷ୍ପଗୁଚ୍ଛ ଦେଇ ସ୍ବତନ୍ତ୍ର ବୋଲଗଡ଼ ସମ୍ମାନରେ ସମ୍ବଦ୍ଧିତ କରିଅଛନ୍ତି।

ବିଦ୍ୟୁତ୍ ଆଲୋକ ବିନା ଜୀବନ ଅନ୍ଧକାରମୟ ହୋଇଥାଏ। ବିଦ୍ୟୁତ୍ ଆଲୋକ ସେବା ଦ୍ବାରା ସମସ୍ତ ଜିନିଷ ସୁନ୍ଦର ଦେଖାଯାଇଥାଏ ଓ ସମସ୍ତ ଆବଶ୍ଯକୀୟ କାଯ୍ଯ ସମ୍ପାଦନ ହୋଇଥାଏ । ବୋଲଗଡ଼ ବ୍ଲକ ଅଞ୍ଚଳରେ ବିଦ୍ୟୁତ୍ ସେବା ସେବକ ଭାବେ ବରିଷ୍ଠ ବିଦ୍ୟୁତ୍ ବିଭାଗ କର୍ମଚାରୀ ଅରୁଣ କୁମାର ନାୟକ ନିଜ ଜୀବନକୁ ବାଜି ଲଗାଇ ଖରା , ବର୍ଷା, ଶୀତ କାକରକୁ ଭୁକ୍ଷେପ ନ କରି ସବାସର୍ବଦା ଦିନରାତି ବିଦ୍ୟୁତ୍ ଗ୍ରାହକ ମାନଙ୍କୁ ଉତ୍ତମ ବିଦ୍ୟୁତ୍ ସେବା ଯୋଗାଇ ଦେଇ ଆସୁଅଛନ୍ତି। ଏକାଧାରରେ ବିଦ୍ୟୁତ୍ ସେବା ସେବକ ଶ୍ରୀ ନାୟକ ଜଣେ ସରଳ, ପରୋପକାରୀ , ସରଳ, ସ୍ନେହୀ, ଅମାୟିକ, ମିଷ୍ଟଭାଷୀ ଓ କର୍ତ୍ତବ୍ଯ ପରାୟଣ ଯୁବକ ଅଟନ୍ତି। ବିଦ୍ୟୁତ୍ ଗ୍ରାହକମାନଙ୍କୁ ଉତ୍ତମ ବିଦ୍ୟୁତ୍ ସେବା ଯୋଗାଇ ଦେଇ ପାରୁଥିବାରୁ ବୋଲଗଡ଼ ମହୋସ୍ଚବ କମିଟି ତରଫରୁ ତାଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ଉତ୍ତରୀୟ, ମାନପତ୍ର, ଟ୍ରଫି ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବତନ୍ତ୍ର ବୋଲଗଡ଼ ସମ୍ମାନରେ ସମ୍ବନ୍ଧିତ କରିବା ସଙ୍ଗେ ସଙ୍ଗେ ତାଙ୍କର ଜନକଲ୍ୟାଣ କାଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଅଛନ୍ତି।
ବ୍ୟୁରୋ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


