ଢେଙ୍କାନାଳ ;ତା-୧୨/୦୬(ବିଏମସି ଟିଭି ଓଡିଆ)
ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ସାପୁଆ ଡ୍ୟାମରେ ବୁଡି ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଦେଖୁବାକୁ ମିଳିଛି। ଏଣେ ପୁଅକୁ ମାରି ଡ୍ୟାମରେ ଫିଙ୍ଗି ଦିଆଯାଇଛି ବୋଲି ପରିବାର ପକ୍ଷରୁ ରାସୋଳ ଥାନାରେ ଅଭିଯୋଗ ହୋଇଥିବା ବେଳେ ସଂନ୍ଦେହରେ ୨ ଜଣ ଯୁବକକୁ ଅଟକ ରଖି ରାସୋଳ ପୋଲିସ ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି,ଏଣେ ଏହା ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି,ଘଟଣାରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀ ପଞ୍ଚାୟତ ପର୍ଯ୍ୟଟନସ୍ଥଳ ସାପୁଆ ଡ୍ୟାମକୁ ରସୋଳଥାନା ଚିତ୍ତଲପୁର ପଞ୍ଚାୟତ ବେଡା ଗ୍ରାମର ଦିଲୀପ ବିଶ୍ଵାଳଙ୍କ ପୁଅ ରାଜେନ୍ଦ୍ର ବିଶ୍ଵାଳ(୧୮)ଙ୍କୁ ଓଡାପଡାବ୍ଲକ ମୋଟଙ୍ଗାଥାନା( ହିନ୍ଦୋଳରୋଡ଼ ଫାଣ୍ଡି)ଅଧୀନ ଗୋଡିଡ଼ିହି ଗ୍ରାମର ବିଶ୍ଵ ରଞ୍ଜନ ମହାରଣା ଓ ଏକଘରିକିଆ ଗ୍ରାମର ତନ୍ମୟ ବେହେରାଙ୍କ ସହ ମିଶି ଆଜି ପୂର୍ବାହ୍ନ ୧୦ଟା ସାପୁଆଡ୍ୟାମ ବୁଲିବାକୁ ଯାଇ ଗାଧୋଉ ଥିବାବେଳେ ଡ୍ୟାମରେ ରାଜେନ୍ଦ୍ର ବୁଡ଼ି ଯାଇଥିବା ନେଇ ଅନ୍ୟ ଦୁଇସାଙ୍ଗ ରସୋଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ରାଜେନ୍ଦ୍ରକୁ ଉଦ୍ଧାରକରି ହିନ୍ଦୋଳ ଡାକ୍ତରଖାନା ଆଣିବାରେ ଡାକ୍ତର ରାଜେନ୍ଦ୍ରକୁ ମୃତ ଘୋଷଣା କରିଥିଲେ। ଖବରପାଇ ରସୋଳ ପୋଲିସ ଶବଜବତ କରି କେଶନଂ-୧୨/୨୦୨୬ରେ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦପାଇଁ ପଠାଇ ରାଜେନ୍ଦ୍ରର ଦୁଇ ସାଙ୍ଗକୁ ପଚରାଉଚରା କରୁଛନ୍ତି ପରିବାର ରାଜେନ୍ଦ୍ରର ଦୁଇସାଙ୍ଗ ଉପରେ ସନ୍ଦେହ କରି ଅଭିଯୋଗ କରିଥିଲେ ହେଁ ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଓ ତଦନ୍ତପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହୁଥିବା ବେଳେ ଏହି ୩ ଜଣ ଯାଉଥିବା ସମୟରେ ତାଙ୍କ ସହିତ ଜଣେ ଯୁବତୀ ଥିବା ନେଇ ସ୍ଥାନୀୟଲୋକ ଦେଖିଥିବା ଆଲୋଚନା ହେଉଛି,ହେଲେ ଘଟଣା ଘଟିବା ପରେ ଯୁବତୀ ନିଖୋଜ ହୋଇଯିବା ଘଟଣାକୁ ସନ୍ଦେହ ବଢ଼ାଇ ଦେଇଥିବା ବେଳେ ପୋଲିସର ତଦନ୍ତ ପରେ ଘଟଣାର ସତ୍ୟା ସତ୍ୟ ଜଣାପଡିବ ।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


