ବାଲିମେଳା: ତା -୧୩/୦୨/(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଏକ ମାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୦ମ ଶ୍ରେଣୀ ଛାତ୍ରୀ ମାନଙ୍କୁ ଆଜି ବିଦ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ଏକ ସାଧାରଣ ଶୋଭା ର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବାଲିମେଳା ନଗର ପାଳ ପ୍ରଦୀପ କୁମାର ନାୟକ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ନିରୀକ୍ଷକ ଶରତ ଚନ୍ଦ୍ର ରାଉତ ଓ କାମ୍ବଡ଼ା ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ବରିଷ୍ଠ ନାଗରିକ ଶ୍ରୀ ରାମ ଚନ୍ଦ୍ର ପଣ୍ଡା, ଶିକ୍ଷା ପରିଚାଳନା କମିଟି ସଦସ୍ୟ ରାଜେନ୍ଦ୍ର କୁଳଦୀପ ଏବଂ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଲେଖ ପ୍ରଧାନ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ହୋଇଥିଲେ।ଉପସ୍ଥିତ ଅତିଥି ଗଣ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖି ଉତ୍ତ୍ରୀର୍ଣ୍ଣ ହୋଇ ବିଦ୍ୟାଳୟ ତଥା ମା ବାପା କଷ୍ଟ ପରିଶ୍ରମ କୁ ସାକାର କରିବା ସାଙ୍ଗକୁ ଆଗାମୀ ଭବିଷ୍ୟତ କୁ ଉଜ୍ଜଳ ମୟ କରି ଆଗକୁ ବଢ଼ି ଚାଲିବା ପାଇଁ ପରାମର୍ଶ ଦେଇଥିଲେ। ଆଜି ବିଦ୍ୟାଳୟ ରେ ଦଶମ ଶ୍ରେଣୀ ମାନଙ୍କର ବିଦ୍ୟାଳୟ ରେ ଶେଷ ଦିନ ଥିବାରୁ ସେଠାକାର ମାହାଲ ରେ ସମସ୍ତେ ଭାବ ପୂର୍ଣ୍ଣ ହୋଇ ଉଠିଥିଲେ।ଚଳିତ ବର୍ଷ ସମୁଦାୟ ୬୮ଜଣ ଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


